Only for Entertainment

ଝିଅ ସହିତ ରୋମାଂଟିକ ଗୀତ ଗାଇବାକୁ ମନା କରିଦେଲେ କୁମାର ସାନୁ

34

୯୦ ଦଶକର ପ୍ରସିଦ୍ଧ ଗାୟକ କୁମାର ସାନୁ ଯିଏ ବଲିଉଡରେ ଯାଦୁ ଖେଳାଇଥିଲେ । ଯିଏ ଏକାଧିକ ସୁପରହିଟ ଗୀତ ଗାଇଛନ୍ତି । ଯାହାଙ୍କ କଂଠସ୍ୱର ଦର୍ଶକଙ୍କୁ ଖୁବ ପସନ୍ଦ । ତେବେ କୁମାର ସାନୁଙ୍କ ଝିଅ ସ୍ୟାନନ ଗୀତ ଜଗତରେ କଂଠ ସ୍ୱରର ଯାଦୁ ଦେଖାଇବେ । ବାପା କୁମାର ସାନୁଙ୍କ ଭଳି ସେ ମଧ୍ୟ ଗୀତ ଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେବେ ଝିଅର ଏଭଳି ନିଷ୍ପତ୍ତିରେ କୁମାର ସାନୁ ଖୁସି ଅଛନ୍ତି ।

କୁମାର ସାନୁଙ୍କ କହିବା ଅନୁସାରେ କୌଣସି ପ୍ରକାରରେ କୁମାର ସାନୁ ତାଙ୍କ ଝିଅ ସହିତ ଡୁଏଟ କରିବାକୁ ଚାହାଁନ୍ତି ନାହିଁ । ଗତବର୍ଷ କୁମାର ସାନୁ ଓ ତାଙ୍କ ଝିଅ ‘ଇଟସ ମ୍ୟାଜିକଲ’ ଗୀତ ଗାଇଥିଲେ । ଏହି ଗୀତ ଦୁଇଜଣ ଗାଇଥିଲେ, କିନ୍ତୁ ଅଲଗା ଅଲଗା । ଜଣେ ହିନ୍ଦୀ ଓ ଅନ୍ୟ ଜଣେ ଇଂରାଜୀରେ । ତେବେ ବାପା ଓ ଝିଅ ହୋଇ ଥିବାରୁ ସେ ରୋମାଂଟିକ ଗୀତ ଗାଇବାକୁ ଚାହାଁନ୍ତି ନାହିଁ, କିନ୍ତୁ ଅନ୍ୟ ଗାୟକ ମାନଙ୍କ ସହିତ ଗାଇବେ । ସ୍ୟାନନ ସୋନୁ ନିଗମଙ୍କ ସହିତ ମଧ୍ୟ ଗୀତ ଗାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More