କୁମ୍ଭମେଳାରେ ଗିନିଜ ୱାର୍ଲ୍ଡ ରେକର୍ଡ, ଏକା ସହିତ ଚାଲିଲା ୫୦୦ ବସର ପ୍ୟାରେଡ
ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ କୁମ୍ଭମେଳାରେ ୫୦୦ବସ୍ର ପ୍ୟାରେଡ୍ କରାଯିବା ଏବଂ ଏହି ସ୍ୱତନ୍ତ୍ର ବସ୍ ପ୍ରୟାଗରାଜ ଅଭିମୁଖେ ଏକାଠି ଯାତ୍ରା କରିବା ଏକ ବିଶ୍ୱରେକର୍ଡ ସୃଷ୍ଟି କରିଛି । ପୂର୍ବରୁ ୟୁଏଇ ଏହି ବସ୍ ପ୍ୟାରେଡ୍ ରେକର୍ଡର ଅଧିକାରୀ ଥିଲା । ଆବୁଧାବିରେ ଏକାଥରକେ ୩୯୦ ବସ୍ ପ୍ୟାରେଡ୍ କରି ଗିନିଜ୍ ବୁକରେ ସ୍ଥାନ ପାଇଥିଲେ । ହେଲେ ବର୍ତ୍ତମାନ ଏହି ରେକର୍ଡକୁ ଉତ୍ତରପ୍ରଦେଶ କାଟିଛି ।
कुम्भ 2019 के अवसर पर आज प्रयागराज में UPSRTC की 500 बसों ने 3.2 किलोमीटर की श्रृंखला के साथ गिनीज बुक में एक नया रिकॉर्ड स्थापित किया। #Kumbh2019 pic.twitter.com/oboM2tFwxb
— Kumbh (@PrayagrajKumbh) February 28, 2019
ଏହି ୫୦୩ ଟି ବସ୍ ୩.୨ କିଲୋମିଟର ଲମ୍ବା ଧାଡିରେ ଗୁରୁବାର ଚାଲୁଥିବାର ଦେଖିବାକୁ ମିଳିଥିଲା । ପ୍ରତି ବସରେ କୁମ୍ଭମେଳାର ଲୋଗ ଲାଗିଥିଲା । ଏହି ଅଦଭୁତ ଦୃଶ୍ୟ ବିଶ୍ୱବ୍ୟାପୀ ସମସ୍ତେ ଦେଖିଥିଲା ବେଳେ ଗିନିଜ ବୁକ୍ ନିଜ ରେକର୍ଡରେ ଏହାକୁ ସାମିଲ କରିଛି । ଉତ୍ତରପ୍ରଦେଶ ରାଜ୍ୟ ପରିବହନ ନିଗମର ଏହି ବସ୍ ସବୁ ସାହାଶନ ଟୋଲରୁ ନୱାବଗଞ୍ଜ ଟୋଲ ପ୍ଳାଜା ପର୍ଯ୍ୟନ୍ତ ଯାତ୍ରା କରିଥିଲା । ପ୍ରୟାଗରାଜରେ ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା ବେଳେ ଏହି ଅଭିଯାନକୁ ପତାକା ଦେଖାଇ ଉଦଘାଟନ କରିଥିଲେ ରାଜ୍ୟ ପରିବହନ ବିଭାଗର ପ୍ରମୁଖ ସଚିବ ଆରାଧନା ଶୁକ୍ଳା ।
ଏହି ଅବସରରେ ଗିନିଜ୍ ବୁକ୍ର ଅଧିକାରୀମାନେ ମଧ୍ୟ ସାମିଲ ହୋଇଥିଲେ ।