Only for Entertainment

ହିତେନଙ୍କୁ ଲାଗିଲା ଶକ୍ତ ଝଟ୍କା । ରାତା ରାତି ଶୋ’ରୁ ବାହାର ।

DNA India
0 51

ବଲିଉଡ ଆକ୍ଟର ହିତେନ ତେଜୱାନିଙ୍କ ସହିତ ଏକ ଆଶ୍ଚଯ୍ୟଜନିତ ଘଟଣା ଘଟିଛି । ବାସ୍ତବରେ ତାଙ୍କୁ ନ ଜଣାଇ ରାତାରାତି ଶୋ’ରୁ ବାହାର କରିଦିଆଯାଇଛି ଓ ତାଙ୍କ ସ୍ଥାନରେ ଅନ୍ୟ ଜଣକୁ ରିପ୍ଲେସ କରିଦିଆ ଯାଇଛି ।

ହିତେନ ତେଜୱାନି ପ୍ରଥମ ଥର କମେଡ଼ି ଶୋ’ରେ ନଜର ଆସିଥାନ୍ତେ । ନମୁନେ ନାମକ ଏକ ଶୋ’ରେ ସେ କାମ କରିବାକୁ ଯାଉଥିଲେ । କିଛି ଦିନ ମଧ୍ୟରେ ସିରିଅଲର ସୁଟିଂ ଆରମ୍ଭ ହେବାକୁ ଅଛି । ଏହି ସମୟରେ ତାଙ୍କୁ ନ ଜଣାଇ ଆକ୍ଟର କୁନାଲ କୁମାରଙ୍କୁ ରିପ୍ଲେସ କରାଯାଇଛି ।

ବମ୍ବେ ଟାଇମ୍ସକୁ ଦେଇଥିବା ଇଂଟରଭ୍ୟୁରେ ହିତେନ କହିଛନ୍ତିଯେ, ‘ଆଜି ପର୍ଯ୍ୟନ୍ତ ମୁଁ କେତେକ ଆକ୍ଟରଙ୍କୁ ରିପ୍ଲେସ କରିଛି,କିନ୍ତୁ ଏହା ପ୍ରଥମ ଥର ଯେତେବେଳେ ମୋତେ ରିପ୍ଲେସ କରାଯାଇଛି । କିନ୍ତୁ ଏହା ମଧ୍ୟ ପ୍ରଥମ ଥର ଯେତେବେଳେ ମୋତେ କିଛି ନଜଣାଇ ଏଭଳି କରାଯାଇଛି । ମୁଁ ବହୁ ଦିନ ଧରି ଏହି ଇଣ୍ଡଷ୍ଟ୍ରିରେ ରହି ଆସୁଛି । ଏହା ମଧ୍ୟ ହୋଇଥାଏ । ପ୍ରଥମ ଥର ମୁଁ କମେଡ଼ିରେ ଯୋଡ଼ି ହେବାକୁ ଯାଉଥିଲି । କୌଣସି ଚରିତ୍ରରେ ଭଲ ଭାବରେ ଖାପ ଖୁଆଇବାକୁ ସମୟ ଲାଗିଥାଏ । ମୁଁ ଏହି ପ୍ରୋଜେକ୍ଟ ପାଇଁ ମଧ୍ୟ ଖୁବ ଉତ୍ସାହିତ ଥିଲି । କିନ୍ତୁ ଏବେ କ’ଣ କହିପାରିବି ।’

ହିତେନ ଏହା ମଧ୍ୟ କହିଛନ୍ତିଯେ ଲୁକ ଟେଷ୍ଟ ହେବା ପରେ କ’ଣ ହେଲା ମୁଁ ଜାଣିନି । ସୁଟିଂ ସମୟ ଯେତେ ନିକଟକୁ ଆସିଲା ଓ ସେ ପ୍ରଡକ୍ସନ ଟିମ ସଂପର୍କରେ ଆସିଲେ ସେତେବେଳେ ଜଣାପଡ଼ିଲା ତାଙ୍କ ରୋଲ ଅନ୍ୟ କାହାକୁ ଦିଆସରିଛି । ହିତେନ କହିଛନ୍ତିଯେ ସେମାନେ ବୋଧ ହୁଏ ଏହା ଭାବିଲେଯେ ମୁଁ ଲୋୟର ମିଡିଲ କ୍ଲାସ ବ୍ୟକ୍ତିଙ୍କ ଭଳି ଲାଗୁନାହିଁ । ଅଚାନକ ରିପ୍ଲେସ କରିବା କଥା ମୁଁ ବୁଝିପାରୁଛି । କିନ୍ତୁ ଏହା ଯଦି କୌଣସି ନ୍ୟୁକମର ସହିତ ହୋଇଥାନ୍ତା ତାଙ୍କ କନଫିଫେନ୍ସ ଲେବଲ କମ ହୋଇ ଯାଇଥାନ୍ତା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More