Only for Entertainment

‘କୁଣ୍ଡଳୀ ଭାଗ୍ୟ’ର ଏହି ଅଭିନେତ୍ରା ତାରିଫା ଗୀତରେ କଲେ ଏପରି ଡ୍ୟାନ୍ସ ଭିଡିଓ ହେଉଛି ଭାଇରାଲ

imstagram
0 43

କରୀନା କପୁର ଏବଂ ସୋନମ କପୁରଙ୍କ ଆଗାମୀ ଫିଲ୍ମ ‘ବୀରେ ଦି ୱେଡିଂ’ର ଗୀତ ତାରିଫା ଏବେ ଏକ ନମ୍ବରେ ଟ୍ରେଣ୍ଡ କରୁଛି । ମ୍ୟୁଜିକ ଲଭର୍ସଙ୍କୁ ଫିଲ୍ମର ଏହି ଗୀତ ଖୁବ ପସନ୍ଦ ଆସିଛି । ତାରିଫା ଗୀତରେ ଅନେକ ଲୋକେ ଡ୍ୟାନ୍ସ କରି ଭିଡିଓ ଅପଲୋଡ କରୁଥିବା ଦେଖିବାକୁ ମିଳିଛି । ତେବେ ଏଥିରୁ ଟିଭିର ବୋହୂ ବା କିପରି ବାଦ ପଡିବେ । ଆମେ ଏଠି କୁଣ୍ଡଳୀ ଭାଗ୍ୟର ପ୍ରିତାଙ୍କ କଥା କହୁଛୁ । ପ୍ରିତାଙ୍କ ଉପରେ ମଧ୍ୟ ତାରିଫା ଗୀତର ଯାଦୁ ଦେଖିବାକୁ ମିଳିଛି ।

 

କୁଣ୍ଡଳୀ ଭାଗ୍ୟ ଅଭିନେତ୍ରୀ ଶ୍ରଦ୍ଧା ଆର୍ଯା ଏବଂ ଶାହୀର ଶେଖଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦୁହେଁ ତାରିଫା ଗୀତରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓକୁ ଶାହୀର ନିଜ ଇଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଦୁହିଁଙ୍କ ସ୍ୱାଗ ଲୋକଙ୍କୁ ଖୁବ ପସନ୍ଦ ଆସିଛି । କିଛି ଘଣ୍ଟାରେ ଭିଡିଓକୁ ୩ ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More