Only for Entertainment

ଏହି କାରଣରୁ କୁରୁକ୍ଷେତ୍ରରେ ଲଢା ଯାଇଥିଲା, ମହାଭାରତ ଯୁଦ୍ଧ ।

youtube
0 103

ପୌରାଣିକ ଗାଥା ଅନୁସାରେ ରାଜା କୁରୁଙ୍କୁ ଦେବରାଜ ଇନ୍ଦ୍ର ବରଦାନ ଦେଇଥିଲେଯେ ଯେଉଁ ବ୍ୟକ୍ତି କୁରୁକ୍ଷେତ୍ରରେ ମୃତ୍ୟୁବରଣ କରିବେ ତାଙ୍କୁ ସ୍ୱର୍ଗ ପ୍ରାପ୍ତି ହେବ । ଏହି କାରଣରୁ ମହାଭାରତ ଯୁଦ୍ଧ କୁରୁକ୍ଷେତ୍ରରେ ଲଢା ଯାଇଥିଲା । କିନ୍ତୁ ରାଜା କୁରୁଙ୍କୁ ଏହି ବରଦାନ କେବେ ଏବଂ କେଉଁଭଳି ମିଳିଥିଲା ତାହା କେହି ମଧ୍ୟ ଠିକ ଭାବରେ ଜାଣି ନାହାଁନ୍ତି ।

ମହାଭାରତ ଅନୁସାରେ ରାଜା କୁରୁ ବାରମ୍ବାର ଯେଉଁ ସ୍ଥାନକୁ ଖୋଳୁଥିଲେ ତାହା କୁରୁକ୍ଷେତ୍ର ଭାବରେ ନାମିତ ହେଲା । କୁହାଯାଏ ଯେ କୁରୁ ଏହି ସ୍ଥାନକୁ ଖୋଳୁଥିବା ସମୟରେ ଇନ୍ଦ୍ର ପହଂଚିଥିଲେ ଏବଂ ସେ ତାଙ୍କୁ ଏହାର କାରଣ ପଚାରିଥିଲେ । କୁରୁ କହିଥିଲେଯେ ଯେଉଁ ବ୍ୟକ୍ତି ଏହି ସ୍ଥାନରେ ମୃତ୍ୟୁବରଣ କରିବ ସେ ପୂଣ୍ୟ ଲୋକ ଯିବ । ଏହା ମୋର ଇଛା । ଏହି କଥାରେ ହସି ଦେଇ ଇନ୍ଦ୍ର ସ୍ୱର୍ଗ ଲୋକ ଚାଲିଗଲେ । ଇନ୍ଦ୍ର ଅନ୍ୟ ଦେବତାଙ୍କୁ ମଧ୍ୟ ଏହି କଥା କହିଲେ । ଦେବତାଗଣ ଇନ୍ଦ୍ରଙ୍କୁ କହିଲେଯେ ଯଦି ସମ୍ଭବ ହେଉଛି ତେବେ କୁରୁଙ୍କୁ ତୁମ ପକ୍ଷରେ କରି ନିଅ । ଏହାପରେ ଇନ୍ଦ୍ର କୁରୁଙ୍କ ପାଖକୁ ଯାଇ କହିଲେଯେ ଯେଉଁ ପଶୁ,ପକ୍ଷୀ ଏବଂ ମନୁଷ୍ୟ ବିନା ଆହାରରେ ଯୁଦ୍ଧ କରି ସେହି ସ୍ଥାନରେ ମୃତ୍ୟୁବରଣ କରିବେ ସେ ସ୍ୱର୍ଗର ଭାଗୀଦାର ହେବେ । ଏହି କଥାକୁ ଭୀଷ୍ମ,କୃଷ୍ଣ ଆଦି ସମସ୍ତେ ଜାଣିଥିଲେ । ତେଣୁ ମହାଭାରତ ଯୁଦ୍ଧ କୁରୁକ୍ଷେତ୍ରରେ ଲଢା ଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More