Only for Entertainment

କାଇଲି ଜେନରଙ୍କ ଜନ୍ମଦିନରେ ବୟଫ୍ରେଣ୍ଡ ଦେଲେ ଖାସ ଗିଫ୍ଟ !

Entertainment Tonight
0 39

ଆମେରିକାର ପ୍ରସିଦ୍ଧ ଟିଭି ଅଭିନେତ୍ରୀ କାଇଲି ଜେନର ସବୁବେଳେ କୌଣସି ନା କୌଣସି କଥା ପାଇଁ ଚର୍ଚ୍ଚାରେ ରହିଥାଆନ୍ତି । ଏଥର ତାଙ୍କର ବୟଫ୍ରେଣ୍ଡ ଏବଂ ଆମେରିକାନ ର୍ୟାପର ଟ୍ରେବିସ ସ୍ପଟଙ୍କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ବିଗତ ୧୦ଅଗଷ୍ଟରେ କାଇଲି ନିଜ ୨୧ତମ ଜନ୍ମଦିନ ପାଳନ କରିଛନ୍ତି । ତାଙ୍କର ଏହି ଜନ୍ମଦିନରେ ହଲିଉଡ ସହ ଆମେରିକାର ପ୍ରମୁଖ ବ୍ୟକ୍ତି ନଜର ଆସିଥିଲେ ଏବଂ ତାଙ୍କୁ ଶୁଭେଚ୍ଛା ଦେଇଥିଲେ । କିନ୍ତୁ କାଇଲି ଜେନରଙ୍କ ବୟଫ୍ରେଣ୍ଡଙ୍କ ଶୁଭେଚ୍ଛା ଖୁବ ନିଆରା ଥିଲା ।

a blessed birthday ✨ so grateful..

A post shared by Kylie (@kyliejenner) on


ମିଡିଆରେ ଚାଲିଥିବା ଖବର ମୁତାବକ ଟ୍ରେବିସ ସ୍କାଟ କାଇଲିଙ୍କୁ ତାଙ୍କ ଜନ୍ମ ଦିନରେ ଭିଂଟେଜ ରୋଲ୍ସ ରାୟସ କାର ଗିପ୍ଟ କରିଛନ୍ତି । ଏହି କାରର ମୁଲ୍ୟ ଅନେକ କୋଟି ବୋଲି ଜଣାପଡିଛି । ଟ୍ରେବିସ ସ୍କାଟ ତରଫରୁ ଦିଆଯାଇଥିବା କାରର ଫଟୋ କାଇଲି ନିଜର ସୋସିଆଲ ଅକାଉଂଟରେ ଶେୟାର କରିଛନ୍ତି ।

woke up to a little fairytale ? thank you baby @travisscott

A post shared by Kylie (@kyliejenner) on


କେବଳ ସେତିକି ନୁହେଁ ସେ ଏକ ଗୋଲାପର ତୋଡା ମଧ୍ୟ ତାଙ୍କୁ ଦେଇଥିଲେ । ଏହି ଫୁଲତୋଡା ସହ ଏକ ଭିଡିଓ କାଇଲି ନିଜର ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ଏହାସହ ସେ କ୍ୟାପଶନ ଲେଖି ଟ୍ରେବିସଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ହଲିଉଡ ଷ୍ଟାର କାଇଲି ଜେନରଙ୍କ ନାଁ ସବୁଠାରୁ କମ ବୟସ୍କ ଧନୀ ମହିଳାଙ୍କ ମଧ୍ୟରେ ସାମିଲ ଅଛି । ତାଙ୍କର ପାଖାପାଖି ୯୦ଲକ୍ଷ ଡଲାର ତଥା ୫୬୦୦କୋଟି ଟଙ୍କା ସମ୍ପତ୍ତି ରହିଛି । ତାଙ୍କର କାଇଲି କଷ୍ଟେମାଟିକ୍ସ ନାମକ ଷ୍ଟାର୍ଟଅପ ମଧ୍ୟ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More