Only for Entertainment

ଏହି ସେଲିବ୍ରିଟିଙ୍କ ଗୋଟିଏ ଟୁଇଟରେ ବୁଡିଗଲା ୮ ହଜାର କୋଟି !

Yahoo Finance
0 51

ଆପଣ କେବେ ଶୁଣିନଥିବେ ଯେ ଜଣେ ସେଲିବ୍ରିଟିଙ୍କ ଗୋଟିଏ ଟୁଇଟ ଫଳରେ କୌଣସି କମ୍ପାନୀର ହଜାରେ କୋଟିରୁ ଅଧିକ ଟଙ୍କାର କ୍ଷତି ହୋଇଯିବ, କିନ୍ତୁ ଏପରି ହୋଇଛି । ଆମେରିକାର ଜଣାଶୁଣା ରିୟଲିଟି ଟିଭି ଶୋ ଷ୍ଟାର ଏବଂ ମଡେଲ କାଇଲୀ ଜେନରଙ୍କର ଗୋଟିଏ ଟୁଇଟ ଶେୟାର ବଜାରରେ ହଙ୍ଗାମା ସୃଷ୍ଟି କରିଦେଇଛି । ତାଙ୍କର ଗୋଟିଏ ଟୁଇଟ ମଲ୍ଟିମିଡିଆ ଆପ କମ୍ପାନୀ ସ୍ନାପଚାଟ ଉପରେ ଏତେ ମାତ୍ରାରେ ଭାରି ପଡିଛି ଯେ କମ୍ପାନୀକୁ ଗୋଟିଏ ଦିନରେ ୧.୩ ଆରବ ଡଲାର (ପାଖାପାଖି ୮୪୧୯ କୋଟି ଟଙ୍କା)ର କ୍ଷତି ସହିବାକୁ ପଡିଛି ।

ସୂଚନା ଅନୁସାରେ କାଇଲୀ ଜେନର ଏକ ଟୁଇଟ କରି ଲେଖିଥିଲେ ଯେ, ‘ମୋ ପରି ଆଉ କ’ଣ କେହି ସ୍ନାପଚାଟ ବ୍ୟବହାର କରୁନାହାନ୍ତି ନା କେବଳ ମୁଁ ? ।’ ଜେନରଙ୍କ ୨.୪୫ କୋଟି ଫଲୋୟର୍ସଙ୍କ ପାଖରେ ଏହି ଟୁଇଟ ପହଁଚିବା ପରେ ଲୋକେ ମଧ୍ୟ ସ୍ନାପଚାଟ ଏବଂ ତାହାର ଡିଜାଇନକୁ ନେଇ ଟୁଇଟ କରିବାକୁ ଆରମ୍ଭ କଲେ । ଏହାର ପ୍ରଭାବରେ ସ୍ନାପଚାଟର ମୂଳ କମ୍ପାନୀ ସ୍ନାପ ଇଙ୍କର ଶେୟାର ୮ ପ୍ରତିଶତ ପର୍ଯ୍ୟନ୍ତ ଖସି ଯାଇଛି । ଏହା ଫଳରେ କମ୍ପାନୀକୁ ଅନେକ କ୍ଷତି ସହିବାକୁ ପଡିଛି ।

tweet

ଉଲ୍ଲେଖଯୋଗ୍ୟ, ସ୍ନାପଚାଟର ନୂଆ ଡିଜାଇନକୁ ଅଧିକାଂଶ ଲୋକ ପସନ୍ଦ କରୁନାହାନ୍ତି । ଏହା ବିରୋଧରେ ୧୦ ଲକ୍ଷରୁ ଅଧିକ ଲୋକ ପିଟିସନ ସ୍ୱାକ୍ଷର କରିବା ସହିତ ଏହି ଡିଜାଇନକୁ ପରିବର୍ତ୍ତନ କରିବା ପାଇଁ ମଧ୍ୟ ଦାବି ରଖିଛନ୍ତି ।
କିନ୍ତୁ ପ୍ରଥମ ଟୁଇଟ କରିବାର କିଛି ସମୟ ପରେ ଜେନର ଆଉ ଏକ ଟୁଇଟ କରିଛନ୍ତି । ଏହି ଟୁଇଟରେ ସେ ଲେଖିଛନ୍ତି ଯେ, ‘ଏବେ ମଧ୍ୟ ତୁମକୁ ଭଲପାଏ । ସ୍ନାପ ମୋର ପ୍ରଥମ ପ୍ରେମ ।’ କାଇଲୀ ଜେନରଙ୍କର ଏହି ଟୁଇଟ ପରେ ମଧ୍ୟ କମ୍ପାନୀର ଶେୟାର ଖସିବା କମ୍ ହୋଇନଥିଲା । ଦିନ ଶେଷ ସୁଦ୍ଧା କମ୍ପାନୀର ଶେୟାର ୬ ପ୍ରତିଶତ ଖସି ବନ୍ଦ ହୋଇଥିଲା ।

kylie-jenner

ସ୍ନାପଚାଟକୁ ଫେସବୁକ ଏବଂ ୱାଟର୍ସଆପ କଡା ଟକ୍କର ଦେଉଥିବା ବେଳେ କମ୍ପାନୀ ଏହାକୁ ଅଧିକ ଉନ୍ନତ କରିବା ପାଇଁ ପ୍ରୟାସ କରିବାରେ ଲାଗିଛି । କିନ୍ତୁ ଏହାର ବିପରୀତ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । କମ୍ପାନୀର ନୂଆ ଡିଜାଇନ ବ୍ୟବହାରକାରୀଙ୍କୁ ପସନ୍ଦ ଆସୁନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More