Only for Entertainment

ସୈଫ ଅଲ୍ଲୀ ଖାନଙ୍କ ଫିଲ୍ମ ‘ଲାଲ କପ୍ତାନ’ର ଦ୍ୱିତୀୟ ଟ୍ରେଲର ରିଲିଜ, ଦୀପକ ଡୋବରିଆଲଙ୍କୁ ଦେଖି ଉଡିଯିବ ହୋସ

hindi rush
39

ଛୋଟ ନବାବ ସୈଫ ଅଲ୍ଲୀ ଖାନଙ୍କ ଫିଲ୍ମ ‘ଲାଲ କପ୍ତାନ’ର ଦ୍ୱିତୀୟ ଟ୍ରେଲରକୁ ମେକର୍ସ ରିଲିଜ କରିଛନ୍ତି । ଫିଲ୍ମର ଏହି ନୂଆ ଟ୍ରେଲରରେ ସୈଫ ଅଲ୍ଲୀ ଖାନ ଏବଂ ଦୀପକ ଡୋବରିଆଲଙ୍କୁ ଦେଖିବାକୁ ମିଳିଛି । ଇରଫାନ ଖାନଙ୍କ ଫିଲ୍ମ ହିନ୍ଦୀ ମିଡିଅମରେ ସିଧା ସାଧା ନଜର ଆସିଥିବେ ଦୀପକଙ୍କ ଏହି ନୂଆ ଅବତାର ଦେଖିଲେ ଆପଣଙ୍କ ହୋସ ଉଡିଯିବ ।

ଲାଲ କପ୍ତାନ ଫିଲ୍ମର ଦ୍ୱିତୀୟ ଟ୍ରେଲର ଅନେକ କଥାରୁ ପରଦା ଉଠାଉଛି । ଫିଲ୍ମର କାହଣୀ ଖଜାନା ଖୋଜିବା ଚାରିପାଖରେ ଘୁରିବୁଲୁଛି । ଫିଲ୍ମରେ ଦୀପକ ଡୋବରିଆଲଙ୍କ ଲୁକ ତାଙ୍କ ଚରିତ୍ରକୁ ସମସ୍ତଙ୍କ ଠାରୁ ଭିନ୍ନ କରିଛି । ଏହା ସହିତ ଆପଣ ଏହି ଟ୍ରେଲରରେ ହଲକା ଫୁଲକା କମେଡି ମଧ୍ୟ ଦେଖିବାକୁ ପାଇବେ ।

ଫିଲ୍ମରେ ସୈଫ ଜଣେ ନାଗା ସାଧୁ ଭୂମିକାରେ ନଜର ଆସିବେ । ଫିଲ୍ମରେ ସୈଫ ଏବଂ ଦୀପକଙ୍କ ବ୍ୟତିତ ସୋନାକ୍ଷୀ ସିହ୍ନା ମଧ୍ୟ ନଜର ଆସିବେ । ନବଦୀପ ସିଂଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ୧୮ ଅକ୍ଟୋବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More