Only for Entertainment

ତମ୍ବାଖୁ ପରିବର୍ତ୍ତେ ମହିଳା ଖାଉଥିଲେ କୋଇଲା, ସ୍ୱାମୀ ମନା କରିବାରୁ କଲେ ଏଭଳି ଅବସ୍ଥା !

0 33

ବେମେତରାର ସଲଧା ଗାଁରୁ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି । ଆପଣ ଗୁଟଖା ପାନ ସୁପାରୀ ଖାଇବା ପାଇଁ ଲଢେଇ ଝଗଡା କରୁଥିବା ଆପଣ ନିଶ୍ଚୟ ଶୁଣିଥିବେ, କିନ୍ତୁ ଏଠାରେ କୋଇଲା ଖାଇବା ପାଇଁ ସ୍ୱାମୀ ମନା କରିବାରୁ ପତ୍ନୀ ଜଣକ ସ୍ୱାମୀଙ୍କ ମୁଣ୍ଡକୁ ବାଡେଇ ଆଘାତ କରିଛନ୍ତି । ପୀଡିତଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଛି । ଅଜବ ଧରଣର ଘଟଣା ଏବେ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ବିଷୟ ପାଲଟିଛି ।

ବେମେତରା ମୁଖ୍ୟାଳୟରେ ୨୦କିଲୋମିଟର ଦୂରରେ ଅବସ୍ଥିତ ଗାଁ ସଲଧାରେ ବୁଧବାର ରାତି ୧୦ଟାରେ ଏଭଳି ଘଟଣା ଘଟିଛି । ଅସଲରେ ରାଧେ ଶ୍ୟାମ ସାହୁ ନିଜ ଘରେ ଖାଉଥିଲେ ସେହି ସମୟରେ ତାଙ୍କ ପତ୍ନୀ ତାଙ୍କୁ ଆକ୍ରମଣ କରିଥିଲେ । ପୀଡିତ ବ୍ୟକ୍ତି ରାତି ସାରା ଘରେ ପଡି ରହିଥିଲେ । ସକାଳେ ସରପଂଚ ସହଦେବ ସାହୁ ପୀଡିତଙ୍କୁ ଜିଲ୍ଲା ହହସ୍ପିଟାଲ ନେଇ ଯାଇଥିଲେ । ରାଧେଶ୍ୟାମଙ୍କ କହିବା ମୂତାବକ ଦୁହେଁ ରାତିରେ ଖାଉଥିଲେ । ପତ୍ନୀଙ୍କୁ ଖାଦ୍ୟ ଭଲ ନ ଲାଗିବାରୁ ଲଙ୍କା ଗୁଣ୍ଡ ଖାଇବାକୁ ଲାଗିଲେ । ଏହା ଦେଖି ସେ କହିଲେ କୋଇଲା ଖାଉଥିବାରୁ ତୁମକୁ ଖାଦ୍ୟ ରୁଚୁ ନାହିଁ । ଏହା ଶୁଣି ରାଗରେ ରାଧେଶ୍ୟାମଙ୍କ ପତ୍ନୀ ରାଧେଶ୍ୟାମଙ୍କୁ ଆକ୍ରମଣ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More