Only for Entertainment

ଲେଡିି ଗାଗାଙ୍କ ଖୁଲାସା : ୧୯ବର୍ଷ ବୟସରେ ଅନେକ ଥର ହୋଇଥିଲେ ଯୌନ ଉତ୍ପୀଡ଼ନର ଶିକାର

29

ଚର୍ଚ୍ଚିତ ଏବଂ ଲୋକପ୍ରିୟ ଆମେରିକାନ କଣ୍ଠଶିଳ୍ପୀ ଲେଡ଼ି ଗାଗା ଏବେ ଯୌନ ଉତ୍ପୀଡ଼ନକୁ ନେଇ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି । ଅନେକଥର ରେକର୍ଡ଼ିଂ ଷ୍ଟୁଡ଼ିଓରେ ସେ ଯୌନ ଉତ୍ପୀଡ଼ନର ଶିକାର ହୋଇଥିଲେ ବୋଲି କହିବା ପରେ ଏହି ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏକ ସାକ୍ଷାତକାରରେ ଯୋଗ ଦେଇ ସେ କହିଛନ୍ତି, ଯେତେବେଳେ ମୁଁ କଣ୍ଠଶିଳ୍ପୀ ଭାବରେ ମୋର କ୍ୟାରିୟର ଆରମ୍ଭ କରିଥିଲି ସେତେବେଳେ ମୋତେ ୧୯ବର୍ଷ ବୟସ ହୋଇଥିଲା । ସେ ସମୟରେ ଏହା ଏକ ନିୟମ ପାଲଟି ଯାଇଥିଲା କି ରେକର୍ଡ଼ିଂ ଷ୍ଟୁଡ଼ିଓକୁ ଯିବ ମାନେ ଯୌନ ଉତ୍ପୀଡ଼ନର ଶିକାର ହେବ । ମୁଁ ଏ ନେଇ ସ୍ୱର ଉଠାଇଥିଲି । କିନ୍ତୁ ସେତେବେଳେ କେହି ମୋ କଥା ଶୁଣି ନଥିଲେ । ନିଜର ଆଧିପତ୍ୟା ହରାଇବା ଡ଼ରରେ କେହି ପାଟି ଫିଟାଉ ନଥିଲେ ।ଫଳରେ ମୁଁ ବାଧ୍ୟ ହୋଇ ଚୁପ୍‌ ହେବା ସହ ବାରମ୍ବାର ଯୌନ ଉତ୍ପୀଡ଼ନର ଶିକାର ହୋଇଥିଲି ବୋଲି ଲେଡ଼ି ଗାଗା ଜଣାଇଛନ୍ତି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More