Only for Entertainment

ସାହେବ ବିବି ଏବଂ ଗ୍ୟାଙ୍ଗଷ୍ଟର ଥ୍ରିର ନୂଆ ଗୀତ ରିଲିଜ,ଏହି ଫେମସ ଗୀତକୁ ରିକ୍ରିଏଟ କରାଯାଇଛି ।

youtube
0 64

ଫିଲ୍ମ ସାହେବ ବିବି ଏବଂ ଗ୍ୟାଙ୍ଗଷ୍ଟର ଥ୍ରିର ଏକ ନୂଆ ଗୀତ ରିଲିଜ ହୋଇଛି । ଏହି ଗୀତକୁ ଲତା ମଙ୍ଗେସକରଙ୍କ କ୍ଲାସିକ ଗୀତ ‘ଲଗ ଯା ଗଲେ’କୁ ରିକ୍ରିଏଟ କରାଯାଇଛି । ଏହାକୁ ଜୋନିତା ଗାନ୍ଧୀ ଗାଇଛନ୍ତି ଏବଂ ରାଣା ମଜମୁଦାର ରିକ୍ରିଏଟ କରିଛନ୍ତିି । ଗୀତରେ ଚିତ୍ରାଗନ୍ଦା ସିଂ ଏବଂ ମାହି ଗିଲ ନଜର ଆସିଛନ୍ତି । ଅରିଜିନାଲ ଗୀତ ୧୯୯୪ରେ ଆସିଥିବା ଥ୍ରିଲର ଫିଲ୍ମ ‘ୱୋ କୌନ ହୈ’ର । ଏଥିରେ ମନୋଜ କୁମାର ଏବଂ ସାଧନା ମୁଖ୍ୟ ଚରିତ୍ରରେ ଥିଲେ । ଗୀତଟି ଖୁବ ହିଟ ହୋଇଥିଲା ଏବଂ ଆଜି ମଧ୍ୟ ଏହି ଗୀତ ସମସ୍ତଙ୍କ ପ୍ରିୟ ହୋଇ ହୃଦୟରେ ରହିଛି ।

ଗୀତର ରିମିକ୍ସ ଭର୍ସନକୁ ଏତେ ଭଲ ରେସପନ୍ସ ମିଳିନାହିଁ । କୁହାଯାଉଛିଯେ ଗୀତରେ ସେହି କ୍ଲାସିକ ଟଚ ନଜର ଆସୁନାହିଁ । ଆଜିକାଲି ପୁରୁଣା ଗୀତକୁ ରିମେକ କରି ଫିଲ୍ମରେ ବ୍ୟବହାର କରାଯାଉଛି ଏବଂ ଦର୍ଶକ କେତେକ ଗୀତକୁ ପସନ୍ଦ ମଧ୍ୟ କରୁଛନ୍ତି । ଏହା ବ୍ୟତୀତ କିଛି ନିଜର ଦାଗ ଛାଡ଼ିବାରେ ଅସଫଳ ରହୁଛନ୍ତି । ଫିଲ୍ମର କଥା ଆଲୋଚନା କରିବା ତ ଫିଲ୍ମରେ ସଂଜୟ ଦତ୍ତ,ଜିମି ସେରଗିଏ,ମାହି ଗିଲ ଏବଂ ଚିତ୍ରାଗନ୍ଦା ସିଂ ପ୍ରମୁଖ ଭୂମିକାରେ ନଜର ଆସିବେ । ଫିଲ୍ମର ଦୁଇଟି ପୂର୍ବ ଭାଗ ହିଟ ହୋଇଥିଲା ଏବଂ ଏହି ତୃତୀୟ ଫିଲ୍ମଟି ୨୭ ଜୁଲାଇକୁ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More