Only for Entertainment

‘ଲେଲାମଜନୁ’ର ଆଉ ଏକ ଟିଜର ହେଲା ରିଲିଜ , ଇମତିଆଜ ଅଲ୍ଲୀ କହିଲେ କଣ ଏଇ ସତ ପ୍ରେମ !

youtube
0 51

ପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ ଇମ୍ତିଆଜ ଅଲୀ ଲବଷ୍ଟୋରୀ ଉପରେ ଫିଲ୍ମ କରୁଥିବା କାରଣରୁ ପରିଚିତ । ଏଥର ଇମତିଆଜ ‘ଲେଲାମଜନୁ’ ଫିଲ୍ମ ନେଇ ଫେରିଛନ୍ତି । ଏହା ଏକ ପୁରୁଣା ପ୍ରେମ କାହାଣୀ ଅଟେ ମାତ୍ର ସମସ୍ତ ଦର୍ଶକ ଏହି ଫିଲ୍ମକୁ ନେଇ ଖୁବ ଉତ୍ସୁକ ଅଟନ୍ତି କି ଏଥର ଇମତିଆଜ କଣ ନେଇ ଆସୁଛନ୍ତି ।

ଫିଲ୍ମ ମେକର୍ସ ‘ଲୈଲାମଜନୁ’ର ଆଉ ଏକ ଟିଜର ରିଲିଜ କରିଛନ୍ତି । ଏହି ଭିଡିଓରେ ଇମତିଆଜ ଏକ ବହି ଧରି ବସିଛନ୍ତି ଏବଂ କହୁଛନ୍ତି ସତପ୍ରେମ କଣ ଏବଂ ଏହା ମଧ୍ୟ କହିଛନ୍ତି ଯେ ସମୟ ସହ କିଭଳି ପ୍ରେମ କରିବା ତରିକା ବଦଳିଯାଏ ।
ଏହାପୂର୍ବରୁ ମଧ୍ୟ ଫିଲ୍ମର ଏକ ଟିଜର ଆସିଥିଲା, ଯେଉଁଥିରେ ଫିଲ୍ମ ବିଷୟରେ କିଛି ଆଇଡିଆ ହୋଇଥିଲା । ଯଦିଓ ଫିଲ୍ମରେ ଷ୍ଟାର କାଷ୍ଟ କିଏ ହେବେ ତାହା ସିକ୍ରେଟ ରଖାଯାଇଛି । ଏକତା କପୁରଙ୍କ ପ୍ରଡକ୍ସନରେ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇବେ ସାଜିଦ ଅଲ୍ଲୀ ଏବଂ ଇମିତିଆଜ ଏହାକୁ ପ୍ରେଜେଂଟ କରିବେ । ଏହି ଫିଲ୍ମ ଅଗଷ୍ଟରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More