Only for Entertainment

ରିଲିଜ ହେଲା ‘ଲୈଲା ମଜନୁ’ର ରୋମାଣ୍ଟିକ ଗୀତ ‘ସରଫିରି’, ଦେଖିବାକୁ ମିଳିଲା ଅବିନାଶ ଏବଂ ତୃପ୍ତିଙ୍କ ଜବରଦସ୍ତ କେମେଷ୍ଟ୍ରୀ ।

YouTube
0 50

ତମାଶା, ରକଷ୍ଟାର, ଜବ ଉଇ ମେଟ, ହାଇୱେ ପରି ସୁପରହିଟ ଫିଲ୍ମକୁ ପରଦାକୁ ଆଣିଥିବା ଫିଲ୍ମ ନିର୍ମାତା ଇମତିଆଜ ଅଲ୍ଲୀ ଏବେ ଏକ ଏପିକ ଲଭଷ୍ଟୋରୀ ସହିତ କମବ୍ୟାକ କରିଛନ୍ତି । ଇମତିଆଜ ଅଲ୍ଲୀ ଏବଂ ଏକତା କପୁରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ‘ଲୈଲା ମଜନୁ’ର ଆଉ ଏକ ଗୀତ ‘ସରଫିରି’ ନିକଟରେ ରିଲିଜ କରାଯାଇଛି । ଏହି ଗୀତରେ ଫିଲ୍ମର ଲିଡ ଷ୍ଟାର ଅବିନାଶ ଏବଂ ତୃପ୍ତିଙ୍କ ଜବରଦସ୍ତ କେମେଷ୍ଟ୍ରୀ ଦେଖିବାକୁ ମିଳିଛି ।

ଶ୍ରେୟା ଘୋଷାଲ ଏବଂ ବାବୁଲ ସୁପ୍ରିୟୋଙ୍କ ମ୍ୟାଜିକାଲ ଭଏସ ଏହି ଗୀତକୁ ଆହୁରି ମଧୁର କରିଛି । ନିଳାଦ୍ରୀ କୁମାର ଏହାର ମ୍ୟୁଜିକ ଦେଇଥିବା ବେଳେ ଲିରିକ୍ସ ଲେଖିଛନ୍ତି ଇର୍ଶାଦ କାମିଲ । ଜି ମ୍ୟୁଜିକର ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ଏହାକୁ ରିଲିଜ କରାଯାଇଛି ।

ଏହା ପୂର୍ବରୁ ଫିଲ୍ମର ଟ୍ରେଲର ଏବଂ ପ୍ରଥମ ଗୀତକୁ ରିଲିଜ କରାଯାଇଛି ଯାହା ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି । ଫିଲ୍ମକୁ ବରଫ ଏବଂ ପାହାଡିଆ ଅଞ୍ଚଳରେ ସୁଟିଂ କରାଯାଇଛି । ସବୁଠାରୁ ବଡ କଥା ଦେଉଛି ଫିଲ୍ମରେ ଡେବ୍ୟୁ କରୁଥିବା ଅବିନାଶ ତିୱାରୀ ଏବଂ ତୃପ୍ତି ଡିମରୀଙ୍କୁ ପାଖାପାଖି ଦେଢ ବର୍ଷର ଅଡିଶନ ହେବା ପରେ ଫାଇନାଲ କରାଯାଇଥିଲା । ଏହି ଫିଲ୍ମ ଜରିଆରେ ନିର୍ଦ୍ଦେଶକ ସାଜିଦ ଅଲ୍ଲୀ ନିର୍ଦ୍ଦେଶନା କ୍ଷେତ୍ରରେ ଡେବ୍ୟୁ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More