Only for Entertainment

କେବଳ ବଲିଉଡରେ ନୁହେଁ, ବରଂ ସେହିସମୟରେ ଓଲିଉଡରେ ମଧ୍ୟ ଦେଖିବାକୁ ମିଳିଥିଲା ପ୍ରଥମ ରାପ୍ ଗୀତ !

43

ଆପଣଙ୍କର ହୁଏତ ମନେ ନଥିବ ରାପ୍ ଗୀତ କେଉଁଠୁ ଏବଂ କେବେ ଠାରୁ ଆରମ୍ଭ ହୋଇଥିଲା । ମାତ୍ର ହୁଏତ ବଲିଉଡରେ କେବେ ହୋଇଥିଲା ସମସ୍ତେ ଜାଣିଥିବେ କିନ୍ତୁ ଓଲିଉଡରେ କେବେ ରାପ୍ ର ଆରମ୍ଭ ହୋଇଥିଲା ଜାଣିନଥିବେ କି ସେତେବେଳେ ଏ ରାପ୍ କ’ଣ ହୁଏତ ଲୋକଙ୍କ ମନକୁ ଆସିନଥିବ । ସେ ସମୟରେ ମଧ୍ୟ ଏତେ ଟାଲେଂଟେଡ ସଙ୍ଗୀତକାର ଥିଲେ ଯେ ଓଡିଆରେ ମଧ୍ୟ ୯୦ଦଶକରେ ରାପ୍ ଗୀତ ଆରମ୍ଭ ହୋଇଥିଲା । ତେବେ ଚାଲନ୍ତୁ ଜାଣିବା ଓଲିଉଡ ଇଣ୍ଡଷ୍ଟ୍ରିରେ ରାପ୍’ ପଛର କାହାଣୀ –

୧୯୯୪ ମସିହାରେ ବାବା ସେହଗଲ୍ ବଲିଉଡ୍ ରେ ରାପ୍ ଗୀତ ର ନୂଆ ଟ୍ରେଣ୍ଡ ଆରମ୍ଭ କରିଥାନ୍ତି ସେତେବେଳେ ଓଲିଉଡ୍ ର ସୋ ମ୍ୟାନ୍ ବସନ୍ତ ନାୟକ  ଲକ୍ଷେ ଶିବ ପୂଜି ପାଇଛି ପୁଅ ନିର୍ମାଣ କରୁଥାନ୍ତି । ନିର୍ଦ୍ଦେଶକରେ ମହମ୍ମଦ ମହସୀନ ଓ ଗୀତ ସଂଗୀତ ଦାୟିତ୍ଵ ରେ ଥାନ୍ତି ସ୍ବରୂପ ନାୟକ । ହଠାତ୍ ଦିନେ ବସନ୍ତ ନାୟକ ସ୍ବରୂପ ନାୟକ ଓ ମହମ୍ମଦ ମହସୀନ ଙ୍କୁ ଡକାଇ କହିଲେ- ” ଏବେ ବମ୍ବେ ରେ ଗୋଟେ ରେପ୍ ମ୍ୟୁଜିକ୍ ଚାଲିଛି” ।

ମହମ୍ମଦ ମହସୀନ ସଙ୍ଗେ ସଙ୍ଗେ କହିଲେ,” ସେଇଟା ରେପ୍ ନୁହେଁ ରାପ୍ ମ୍ୟୁଜିକ୍। ତା ପରେ ସେମିତି ଏକ ଗୀତ ଫିଲ୍ମ ରେ ରଖିବାକୁ ବରାଦ କଲେ ।

ଗୀତ ଲେଖା ସରିଲା ପରେ ସ୍ବରୂପ ନାୟକ ଚିନ୍ତା ରେ ପଡିଲେ, ଗାଇବ କିଏ ??

ପ୍ରଥମ ବାବା ସେହଗଲ୍ ଙ୍କୁ ଯୋଗାଯୋଗ କରାଗଲା , ସେ କହିଲେ ମୁଁ ଗାଇଦେବି ହେଲେ ପନ୍ଦର ହଜାର ନେବି ।
ବସନ୍ତ ନାୟକ ୧୫ ହଜାର ଶୁଣି ନାକ ଟେକିଲେ. ତା ପରେ ସୁଦେଶ ଭୋଁସଲେ ଙ୍କୁ ଯୋଗାଯୋଗ କରାଗଲା । ସେ ଦୁଇ ପଦ ଗାଇ ମନା କରିଦେଲେ ମୋ‌ ଦ୍ଵାରା ହେବନି ଏମିତି ଗୀତ । ସମସ୍ତେ ନିରାଶ ହୋଇ କଟକ ଫେରିଆସିଲେ ।

ହଠାତ୍ ସ୍ବରୂପ ନାୟକଙ୍କ ଦେବାଶିଷ ମହାପାତ୍ର ଙ୍କ କଥା ମନେ ପଡ଼ିଲା । ସେ ରାପ୍ ର କଥା ଶୁଣି ମନା କରିଦେଲେ କିନ୍ତୁ ସ୍ବରୂପ ନାୟକ ତାଙ୍କୁ କୈାଣସି ମୋତେ ରାଜି କରାଇଲେ । ଦେବାଶିଷ ମହାପାତ୍ର ଙ୍କ ସହ ସ୍ବରୂପ ନାୟକ ବି କିଛି ପଦ ଗାଇଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More