Only for Entertainment

ଲିଭ ଇନରେ ରହିଥିଲେ, ଦୁଇ ଦୁଇ ଜଣ ମଡେଲଙ୍କୁ ଡେଟ କରୁଥିଲେ, ପୁଣି ବିବାହ କଲେ ଆଗରୁ ବିବାହିତ ଖେଳାଳୀଙ୍କୁ !

39

ବଲିଉଡ ଅଭିନେତ୍ରୀ ଲାରା ଦତ୍ତାଙ୍କର ଆଜି ୪୧ତମ ଜନ୍ମଦିନ । ଲାରା ୧୬ଅପ୍ରେଲ ୧୯୭୮ରେ ଉତ୍ତରପ୍ରଦେଶ ଗାଜିଆବାଦରେ ହୋଇଥିଲେ । ଯେଉଁବର୍ଷ ଲାରା ଦତ୍ତା ମିସ ୟୁନିଭର୍ସ ହୋଇଥିଲେ , ସେହି ବର୍ଷ ପ୍ରିୟଙ୍କା ଚୋପ୍ରା ମିସ ୱାର୍ଲ୍ଡ ଜିତିଥିଲେ । କିନ୍ତୁ ମଡେଲିଂ ରୁ ଅଭିନୟ ପାଇଁ ତାଙ୍କୁ ସେପରି ସୁଯୋଗ ମିଳିନଥିଲା ଯାହା ପ୍ରିୟଙ୍କାଙ୍କୁ ମିଳିପାରିଥିଲା ।

ଦୁହିଁଙ୍କ ସମ୍ପର୍କ କେବେ ସାମାନ୍ୟ ଥିଲା । ଶୁଣିବାକୁ ମିଳିଛି ଯେ ଆରମ୍ଭରୁ ଲାରା ନିଜ ଅଫେୟାର୍ସ ଖବର କାରଣରୁ ସବୁବେଳେ ଚର୍ଚ୍ଚାରେ ରହୁଥିଲେ ଯାହା ତାଙ୍କ କ୍ୟାରିଅର ଉପରେ ପ୍ରଭାବ ପକାଇଥିଲା । କେଲି ଦୋରଜିଙ୍କ ଠାରୁ ନେଇ ମୋରିୟା ଏବଂ ଟାଇଗର ବୁଡ୍ସଙ୍କ ଠାରୁ ନେଇ ମହେଶ ଭୂପତିଙ୍କ ସହ ଲାରାଙ୍କ ନାଁ ଜଡିତ । ତାଙ୍କ ଲଭ ଲାଇଫ ସବୁବେଳେ ବିବାଦ ଘେରରେ ରହୁଥିଲା ।

ଡିନୋ ମୋରିୟାଙ୍କ ପୁର୍ବରୁ କେଲି ଇଂଟରନ୍ୟାସନାଲ ଗୋଲ୍ଫ ପ୍ଲେୟାର ଟାଇଗର ବୁଡ୍ସଙ୍କ ସହ ସମ୍ପର୍କରେ ଥିଲେ । ଏହାପରେ ସେ କେଲିଙ୍କ ସହ ମଧ୍ୟ ସମ୍ପର୍କରେ ଥିଲେ । ମିଡିଆ ସାମ୍ନାରେ ଯେତେବେଳେ ଏହା ଖୁଲାସା କରିଥିଲେ ଖୁବ ବିବାଦ ଉପୁଜି ଥିଲା । ଏହାପରେ ଡିନୋ-ଲାରାଙ୍କ ସମ୍ପର୍କରେ ଫାଟ ହୋଇଯାଇଥିଲା ଏବଂ କେଲି ମଧ୍ୟ ଲାରାଙ୍କ ସାଥ ଛାଡି ଦେଇଥିଲେ ।

କେଲିଙ୍କ ପରେ ଲାରା ଟେନିସ ପ୍ଲେୟାର ମହେଶ ଭୂପତିଙ୍କ ସହ ଯୋଡି ହୋଇଥିଲେ । ଭୂପତିଙ୍କ ପତ୍ନୀ ଏବଂ ମଡେଲ ଶ୍ୱେତା ଜୟଶଙ୍କର ଏକ ସାକ୍ଷାତକାରରେ ଖୁଲାସା କରିଥିଲେ । ଯେତେବେଳେ ମହେଶଙ୍କ ଜୀବନରେ ଲାରା ଆସିଥିଲେ , ସେତେବେଳେ ମହେଶ ବିବାହିତ ଥିଲେ । ମହେଶଙ୍କ ଛାଡପତ୍ର ହେବା ପରେ ବିଳମ୍ବ ନ କରି ଲାରା ବିବାହ କରିଥିଲେ ଭୂପତିଙ୍କୁ । ଦୁହେଁ ୨୦୧୧ରେ ବିବାହ କରିଥିଲେ ୨୦୧୨ରେ ତାଙ୍କର ଏକ ଝିଅ ଶାୟରା ଜନ୍ମ ହୋଇଥିଲା ।

ଲାରାଙ୍କ କ୍ୟାରିଅର ବିଷୟରେ କହିବାକୁ ଗଲେ ସେ ଫିଲ୍ମ ‘ଅନ୍ଦାଜ’ରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ଏହି ଫିଲ୍ମ ପାଇଁ ତାଙ୍କୁ ବେଷ୍ଟ ଫିମେଲ ଡେବ୍ୟୁ ଆୱାର୍ଡ ମଧ୍ୟ ମିଳିଥିଲା । ଏହାବ୍ୟତୀତ ଅନେକ ଫିଲ୍ମରେ ଲାରାଙ୍କୁ ଦେଖିବାକୁ ମିଳିଥିଲା । ଲାରା ଶେଷ ଥର ୨୦୧୬ରେ ଫିଲ୍ମ ‘ଅଜହର’ରେ ନଜର ଆସିଥିଲେ । ଏହି ଫିଲ୍ମରେ ଲାରା ଗେଷ୍ଟ ଆପିୟରେନ୍ସ ଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More