Only for Entertainment

ଧୋନିଙ୍କ ଅବସରକୁ ନେଇ ଲତା ମଙ୍ଗେସକରଙ୍କ ଇମୋସନାଲ ଅପିଲ, କହିଲେ, ଏଭଳି…

ndtv
208

ବିଶ୍ୱକପ କ୍ରିକେଟ ୨୦୧୯ର ସେମିଫାଇନାଲ ମ୍ୟାଚରେ ଭାରତୀୟ ଟିମ ନ୍ୟୁଜିଲ୍ୟାଣ୍ଡ ଠାରୁ ହାରିବା ପରେ ସମସ୍ତ କ୍ରିକେଟ ପ୍ରେମୀଙ୍କୁ ଏକ ଶକ୍ତ ଧକା ଲାଗିଛି । ଇତି ମଧ୍ୟରେ ଭାରତୀୟ କ୍ରିକେଟ ଟିମର ପୂର୍ବ କ୍ୟାପଟେନ ମହେନ୍ଦ୍ର ସିଂ ଧୋନିଙ୍କ ଇଣ୍ଟରନ୍ୟାସନାଲ କ୍ରିକେଟରୁ ଅବସର ନେବା ଘଟଣା ଚର୍ଚ୍ଚାରେ ରହିଛି । ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ସମସ୍ତ ସ୍ଥାନରେ ଧୋନିଙ୍କୁ ନେଇ ଚର୍ଚ୍ଚା ଚାଲିଛି ।

ସୋସିଆଲ ମିଡିଆ ଟ୍ୱିଟରରେ ହ୍ୟାଶଟ୍ୟାଗ ଥାଙ୍କ ୟୁ ଏମଏସଡି ଟ୍ରେଣ୍ଡ କରିବାରେ ଲାଗିଛି । କ୍ରିକେଟ ପ୍ରେମୀ ଏହାକୁ ନେଇ ଅନେକ ଟ୍ୱିଟ କରୁଥିବାର ଦେଖିବାକୁ ମିଳୁଛି । କେବଳ ସାଧାରଣ ଲୋକ ନୁହଁନ୍ତି ବଲିଉଡ ସିଙ୍ଗର ଲତା ମଙ୍ଗେସକର ମଧ୍ୟ ଟ୍ୱିଟ କରି ଧୋନିଙ୍କୁ ଏକ ଅପିଲ କରିଛନ୍ତି । ଲତାଙ୍କ ଏହି ଟ୍ୱିଟ ଏବେ ଖୁବ ଭାଇରାଲ ହେବାରେ ଲାଗିଛି ।

ଲତା ମଙ୍ଗେସକର ଧୋନିଙ୍କ ସନ୍ୟାସ ନେବା ଗୁଜବ ଉପରେ ଟ୍ୱିଟ କରି ଲେଖିଛନ୍ତି, ‘ନମସ୍କାର ଏମଏସ ଧୋନି ଜୀ । ଆଜିକାଲି ମୁଁ ଶୁଣିବାକୁ ପାଉଛି ଆପଣ ଅବସର ନେବାକୁ ଚାହୁଁଛନ୍ତି । କୃପା କରି ଆପଣ ଏପରି ଭାବନ୍ତୁ ନାହିଁ । ଦେଶକୁ ଆପଣଙ୍କ ଖେଳର ଆବଶ୍ୟକତା ରହିଛି । ମୋର ମଧ୍ୟ ଅନୁରୋଧ ଆପଣ ନିଜ ମନରେ ଅବସର କଥା ଆଣନ୍ତୁ ନାହିଁ ।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More