Only for Entertainment

ରାନୁ ମଣ୍ଡଳଙ୍କ ଲୋକପ୍ରିୟତାକୁ ନେଇ ଆସିଲା ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ପ୍ରତିକ୍ରିୟା, କହିଲେ ନକଲ କରି ପାଇଥିବା ସଫଳତା…

Indiatimes
132

ଚର୍ଚ୍ଚାରେ ସୋସିଆଲ ମିଡିଆ ସେନସେସନ ରାନୁ ମଣ୍ଡଲ । ରେଳ ଷ୍ଟେସନରେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଗୀତ ‘ଏକ ପ୍ୟାର କା ନଗମା ହୈ ଗାଉଥିବା ସମୟରେ ଦିନେ ରାନୁଙ୍କ ଭାଗ୍ୟ ବଦଳାଇଥିଲା ସୋସିଆଲ ମିଡିଆ । ଗୀତ ଗାଉଥିବା ସମୟର ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହେବା ପରେ ରାତାରାତି ବଦଳିଥିଲା ରାନୁଙ୍କ ଭାଗ୍ୟରେଖା । ସାଧାରଣ ଲୋକରୁ ଏବେ ସେ ସେଲିବ୍ରିଟି ପାଲଟିଥିବା ରାନୁଙ୍କ ପାଇଁ ଛୁଟୁଛି ପ୍ରଂଶସା ଓ ଶୁଭେଚ୍ଛାର ସୁଅ ।

ଏବେ ସାମ୍ନାକୁ ପ୍ରଥମ ଥର ପାଇଁ ଆସିଛି ଲତା ମଙ୍ଗେସକରଙ୍କ ପ୍ରତିକ୍ରିୟା । ଲତା କହିଛନ୍ତି “ଯଦି ମୋ ନାଁକୁ ବ୍ୟବହାର କରି କାହାର ମଙ୍ଗଳ ହେଇଛି ତେବେ ନିଜକୁ ମୁଁ ଭାଗ୍ୟଶାଳୀ ମନେ କରୁଛି । କିନ୍ତୁ ମୋର ବିଶ୍ୱାସ ଯେ କାହାରିକୁ ନକଲ କରି ସଫଳତା ହାସଲ କରିବା ଉଚିତ ନୁହେଁ ଓ ଏହା ଦୀର୍ଘସ୍ଥାୟୀ ନୁହେଁ । ମୋ ଗୀତ ଅଥବା କିଶୋର ଦା, ମହମ୍ମଦ ରଫି, ମୁକେଶ ଭାଇ କିମ୍ବା ଆଶା ଦିଦିଙ୍କ ଗୀତ ଗାଇ ଲୋକପ୍ରିୟ ହୋଇପାରିବେ କିନ୍ତୁ ଏହି ଲୋକପ୍ରିୟତା ବେଶୀ ଦିନ ଧରି ତିଷ୍ଠି ରହିବନି । ଅନେକ ନୂଆ କଣ୍ଠଶିଳ୍ପୀ ମୋ ଗୀତ ବେଶ ଭଲଭାବେ ଗାଇଥାନ୍ତି ଓ ପ୍ରଥମେ ସଫଳତା ପାଆନ୍ତି କିନ୍ତୁ ପରେ ସେମାନଙ୍କୁ ଆପଣ କେତେ ମନେରଖନ୍ତି ? ମୋର ପରାମର୍ଶ ଆପଣ କେବଳ ବାସ୍ତବବାଦୀ ହୁଅନ୍ତୁ । ଶେଷରେ ଏତିକି କହିବାକୁ ଚାହେଁ କି ଆପଣ ମୋର ଓ ଅନ୍ୟ କଣ୍ଠଶିଳ୍ପୀଙ୍କ ଗୀତ ଗାଇବା ସହ ନିଜର ସ୍ୱତନ୍ତ୍ରତା ବଜାୟ ରଖୁନ୍ତୁ ।

ତେବେ ଲତାଙ୍କ ପର୍ରାମଶକୁ ରାନୁ କିଭଳି ଗ୍ରହଣ କରିବେ ତାହା ଆଗକୁ ଜଣାପଡିବ । କିନ୍ତୁ ସାଧାରଣ ମହିଳାରୁ ସେଲିବ୍ରିଟି ପାଲଟିଥିବା ରାନୁ ମଣ୍ଡଳ ଏପର୍ଯ୍ୟନ୍ତ ୩ଟି ବଲିଉଡ ଗୀତରେ କଣ୍ଠଦାନ କରିସାରିଲେଣି । ରାନୁଙ୍କ ଗଡ ଫାଦର କୁହାଯାଉଥିବା ହିମେଶ ରେଶମିୟା ନିଜର ଅପକମିଂ ଫିଲ୍ମ ହାପି ହାର୍ଡି ଆଣ୍ଡ ହୀରର ୩ଟି ଗୀତରେ ରାନୁଙ୍କୁ ବ୍ରେକ ଦେଇଛନ୍ତି । ତେରିମେରୀ,ଆଦତ ଓ ଆଶିକି ମେରୀରେ ରହିଛି ରାନୁଙ୍କ ଗାୟକୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More