Only for Entertainment

କାହିଁକି ବିବାହ କରିନାହାଁନ୍ତି ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସ୍କର?

68

ଲତା ମେଙ୍ଗସ୍କରଙ୍କୁ ନେଇ ଲେଖା ସରିଛି ଲକ୍ଷ ଲକ୍ଷ ଆର୍ଟିକିଲ । ତାଙ୍କର ବିବାହ ନକରିବା, ଇଣ୍ଡଷ୍ଟ୍ରିରେ ଝଗଡ଼ା, ଭଉଣୀ ଆଶା ଭୋସଲେଙ୍କ ସହିତ ଲଢେଇ, ଇଣ୍ଡଷ୍ଟ୍ରିରେ ନିଜଠାରୁ ଆଗକୁ କାହାକୁ ବଢିବାକୁ ନଦେବା ଭଳି କେତେକ ଅଭିଯାଗ ଲତାଙ୍କ ନାମରେ ଶୁଣିବାକୁ ମିଳେ । କିନ୍ତୁ ଏହି ସମସ୍ତ ପ୍ରଶ୍ନର ଉତ୍ତର ଦେଇଛନ୍ତି ଲତା ମଙ୍ଗେସ୍କରଙ୍କ ଭଉଣୀ । ଯେଉଁଥିରେ ସାମିଲ ଅଛି ଲତା ମଙ୍ଗେସ୍କରଙ୍କ ବିବାହ ନକରିବା ପଛର କାରଣ ।

ଲତା, ଆଶା , ଉଷା ମଙ୍ଗେସକରଙ୍କୁ ଛାଡ଼ିବା ପରେ ଆଉ ଜଣେ ମଙ୍ଗେସ୍କର ହେଉଛନ୍ତି ମୀନାତାଇ ମଙ୍ଗେସ୍କର । ସେ ମଧ୍ୟ ହିନ୍ଦୀ ଏବଂ ମରାଠୀ ଫିଲ୍ମରେ ଗୀତ ଗାଇଛନ୍ତି । ତାଙ୍କୁ ଅନ୍ୟ ତିନି ଭଉଣୀଙ୍କ ଭଳି ପ୍ରସିଦ୍ଧି ମିଳିଲା ନାହିଁ, କାରଣ ବିବାହ ପରେ ସେ ଗୀତ ଛାଡ଼ିଦେଲେ ଏବଂ ନିଜ ଦୁଇ ପିଲାଙ୍କୁ ବଢାଇବାରେ ସମୟ ଦେଲେ । ନିକଟରେ ୮୮ ବର୍ଷୀୟା ମୀନା ଭଉଣୀ ଲତା ମଙ୍ଗେସ୍କରଙ୍କୁ ନେଇ ‘ଦିଦି ଔର ମେଁ’ ନାମକ ବହି ଲେଖିଛନ୍ତି ।

ନିକଟରେ ଦେଇଥିବା ଏକ ଇଂଟରଭ୍ୟୁରେ ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି ଲତାଙ୍କ ଭଉଣୀ । ତେବେ ସେହି ମଧ୍ୟରୁ ଏକ ପ୍ରଶ୍ନ ହେଉଛି ଲତାଙ୍କ ବିବାହ । ଯେତେବେଳେ ପ୍ରଶ୍ନ କରାଗଲାଯେ କାହିଁକି ଆଜି ପର୍ଯ୍ୟନ୍ତ ଲତା ବିବାହ କରିନାହାଁନ୍ତି ସେ କହିଲେ, ଲତା ପରିବାରକୁ ଖୁବ ଭଲପାଆନ୍ତି । ଛୋଟ ଭାଇ ଭଉଣୀଙ୍କ ଦାୟୀତ୍ୱ ସେ ନେଇଥିଲେ । ସମସ୍ତଙ୍କ ବିବାହ କରି ସେ ନିଜର ଦାୟୀତ୍ୱ ଶେଷ କରି ଦେଇଥିଲେ, କିନ୍ତୁ ପରେ ଚାହିଁଲେ ନାହିଁ ବିବାହ କରିବାକୁ । କାରଣ ସେ ଭାବନ୍ତି ସେ ତାଙ୍କ ପରିବାର ବ୍ୟତୀତ କିଛି କରିପାରିବେ ନାହିଁ । ଯଦି ସେ ବିବାହ କରିଥାନ୍ତେ ତେବେ ସେ ତାଙ୍କ ପରିବାର ଠାରୁ ଦୂରେଇ ଯାଇଥାନ୍ତେ । ତେଣୁ ସେ ବିବାହ କଲେ ନାହିଁ । ତାଙ୍କ ସାରା ଜୀବନ ସେ ତାଙ୍କ ପରିବାର ପାଇଁ ଉତ୍ସର୍ଗ କରି ଦେଇଛନ୍ତି ।

ଆଜି ସ୍ୱର ସାମ୍ରାଜ୍ଞୀଙ୍କ ୯୦ ତମ ଜନ୍ମଦିନ । ତାଙ୍ଗ ଜନ୍ମଦିନରେ ତାଙ୍କୁ ଖୁବ ସାରା ଶୁଭେତ୍ସା ଏବଂ ଶୁଭକାମନା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More