Only for Entertainment

ବିଳମ୍ବ ରାତିରେ ଡିନର କରୁଥିଲେ, ହୋଇଯାଆନ୍ତୁ ସାବଧାନ

tripadvisor
0 39

ଆଜି କାଲି ପ୍ରାୟ ଲୋକ ସ୍ୱାସ୍ଥ୍ୟକୁ ନେଇ ସଚେତନ ଥିବାରୁ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି ଯାହା ତାଙ୍କ ସ୍ୱାସ୍ଥ୍ୟ ପାଇଁ ଖୁବ ଭଲ । ସେଥିପାଇଁ ସେମାନେ ଡାକ୍ତରଙ୍କ ପରାମର୍ଶ କ୍ରମେ ଡାଏଟ ଚାଟ ତିଆରି କରିଥାନ୍ତି । ତେଣୁ ସେମାନେ ରାତିରେ ଖୁବ ଶୀଘ୍ର ରାତ୍ରିଭୋଜନ କରିଥାନ୍ତି । ଆଉ କିଛି ଲୋକ ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବା ଭୁଲି ଯାଆନ୍ତି, ଏବଂ ଅନ୍ୟ କେତେକ ବିଳମ୍ବରେ ଖାଇବାକୁ ଭଲ ପାଆନ୍ତି ତେଣୁ ସେମାନେ ରାତ୍ରିରେ ବିଳମ୍ବରେ ଖାଇଥାନ୍ତି । ଏକ ରିପୋର୍ଟ ଅନୁସାରେ ଏହାର ସବୁଠାରୁ ବଡ଼ ସାଇଡ ଇଫେକ୍ଟ ରହିଛି । ଚାଲନ୍ତୁ ଜାଣିବା ଅସୁବିଧା ଗୁଡ଼ିକ ବିଷୟରେ ।

ଓଜନ ବୃଦ୍ଧି-
ରାତିରେ ପାଚନ ପ୍ରକ୍ରିୟା ଧୀରେ ଧୀରେ ହୋଇଥାଏ । ଏହା ଦ୍ୱାରା ଶରୀରରେ ଫ୍ୟାଟ ଜମା ହୁଏ, ଏବଂ ମୋଟାପଣ ବଢିଥାଏ ।

ଅଲ୍ସର-
ବିଳମ୍ବରେ ଖାଇ ସାରି ଶୋଇବା ପରେ ପେଟରେ ଥିବା ଏସିଡ ଖାଦ୍ୟନଳୀ ଦ୍ୱାରା ମୁହଁକୁ ଆସିଥାଏ । ଏହା ଦ୍ୱାରା ଜଳାପୋଡ଼ା,ଏସିଡିଟି ବ୍ୟତୀତ ଅଲ୍ସର ଏବଂ କ୍ୟାନ୍ସର ଭଳି ସମସ୍ୟା ହୋଇଥାଏ ।

ମଧୁମେହ-
ବିଳମ୍ବରେ ଖାଇବା ଦ୍ୱାରା ଶରୀରରେ ମେଟାବୋଲିଜିମ ପ୍ରକ୍ରିୟା ଠିକ ଭାବରେ କାମ କରି ନଥାଏ, ଏହା ଦ୍ୱାରା ସୁଗାର ସ୍ତର ବଢିପାରେ ଏବଂ ମଧୁମେହ ହୋଇପାରେ ।

କର୍କଟ-
ଏସିଡ ରିପ୍ଲେସ ହେବା ଦ୍ୱାରା ନଳୀ ଉପରେ କୁପ୍ରଭାବ ପଡ଼ିଥାଏ, ଏବଂ ଖାଦ୍ୟନଳୀରେ କର୍କଟ ହୋଇପାରେ ।

ଏସିଡିଟ-
ବିଳମ୍ବରେ ଖାଇବା ଦ୍ୱାରା ପାଚନ କ୍ରିୟା ଧୀରେ ଧୀରେ ହୋଇଥାଏ, ଏବଂ ଏସିଡିଟି ହୁଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More