Only for Entertainment

ଫ୍ୟାଶନ୍ ଶୋ’ରେ ବଲିଉଡ୍ କୁଇନ୍ , ଗ୍ଲାମର୍ ଲୁକରେ ନଜର ଆସିଲେ ବଲିଉଡ୍ ସେଲିବ୍ରିଟି !

46

ଗ୍ଲାମରସ୍ ଅନ୍ଦାଜରେ ଶେଷ ହୋଇଛି ଲାକ୍ମି ଫ୍ୟାଶନ୍ ୱିକ୍ । ରବିବାର ଅନୁଷ୍ଠିତ ହୋଇଥିବା ଫ୍ୟାଶନ୍ ୱିକର ଶେଷ ସଂଧ୍ୟାରେ ଦେଖିବାକୁ ମିଳିଛି ବଲିଉଡ୍ କୁଇନ୍ କଙ୍ଗନା ରଣାୱତଙ୍କ ଜଲୱା । ଗ୍ରେ କଲର୍ ଅଫ୍ ସୋଲଡର୍ ଲେହଙ୍ଗାକୁ ବେଶ ଆକର୍ଷଣୀୟ ଲୁକ୍ ସହ ର‌୍ୟାମ୍ପକୁ ଓହ୍ଲାଇଥିଲେ କଙ୍ଗନା ।

ଡିଜାଇନର୍ ଦିଶା ପାଟିଲଙ୍କ ପାଇଁ ଶୋ’- ଷ୍ଟପର୍ ସାଜିଥିଲେ କଙ୍ଗନା । ସେପଟେ ନିଜ ଗ୍ଲାମରସ୍ ଅନ୍ଦାଜ୍ ସହ ର‌୍ୟାମ୍ପକୁ ଓହ୍ଲାଇଥିଲେ ବଲିଉଡ୍ ମୁନ୍ନି ମଲାଇକା ଅରୋରା । ମରୁନ୍ କଲର୍ ଗାଉନରେ ବେଶ୍ କମାଲ୍ ଦେଖାଯାଉଥିଲେ ମଲାଇକା । ଡିଜାଇନର୍ ଦିଆ ରାଜବୀରଙ୍କ ଡିଜାଇନର କିଛି ଏହପରି ପୋଷାକ ପରିଧାନ କରି ର‌୍ୟାମ୍ପରେ ନଜର ଆସିଥିଲେ ମଲାଇକା ।

ଲାକମି ଫ୍ୟାସନ୍ ୱିକ୍ର ଶେଷ ସଂଧ୍ୟାରେ ଚମକିଲେ ବଲିଉଡ୍ ବେଗମ୍ କରୀନା କପୁର ଖାନ୍ । ର‌୍ୟାମ୍ପରେ ଗର୍ଜିଅସ୍ ଅବତାର ସହ ଓହ୍ଲାଇଥିଲେ କରୀନା । ଆଉ ତାଙ୍କର ଏଭଳି ଅନ୍ଦାଜ ଦେଖି ମଦହୋଶ ହୋଇଥିଲେ ଦର୍ଶକ । ଡିଜାଇନର୍ ଗୌରି ଆଣ୍ଡ ନୟନିକାଙ୍କ ଡିଜାଇନ୍ ପୋଷାକରେ କରୀନା କପୁର୍ ଦେଖାଇଥିଲେ ଜଲୱା । ବ୍ଲାକ୍ କଲର୍ ଅଫ୍ ସୋଲଡର୍ ଗାଉନ୍ ଲାଇଟ୍ ମେକ୍ ଅପ୍ ଓ ଡାର୍କ ଲିପଷ୍ଟିକରେ ମଂଚରେ ଝଲସିଥିଲା କରୀନାଙ୍କ ଲୁକ୍ ।

ସେହିପରି ଶେଷ ଦିନରେ ଅଭିନେତ୍ରୀ ଦିଶା ପାଟନୀ ଓ ଅଭିନେତା ଆୟୁଷ୍ମାନ ଖୁରାନା ମଧ୍ୟ ନଜର ଆସିଥିଲେ ର‌୍ୟାମ୍ପରେ ।

ଡିଜାଇନର୍ ରୋହିତ୍ ଆଣ୍ଡ ରାହୁଲ୍ ଖନ୍ନାଙ୍କ ପାଇଁ ଶୋ ଷ୍ଟପର୍ ସାଜିଥିଲେ ଏହି ଦୁଇ ବଲିଉଡ୍ ସେଲିବ୍ । ୱେଷ୍ଟର୍ଣ୍ଣ ଆଉଟ୍ ଫିଟରେ ଏହି ଯୋଡି ଦେଖାଇଥିଲେ ନିଜ କମାଲ୍ । ୫ ଦିନ ଧରି ମୁମ୍ବାଇରେ ଚାଲିଥିବା ଲାକମି ଫ୍ୟାଶନ୍ ୱିକ୍ ୨୦୧୮ ଶେଷ ହୋଇଛି । ଏକାଧିକ ଡିଜାଇନରଙ୍କ ଏକ୍ସକ୍ଲ୍ୟୁସିଭ୍ କଲେକସନ୍ ପୋଷାକ ପିନ୍ଧି ର‌୍ୟାମ୍ପରେ ନଜର ଆସିଥିଲେ ଏକାଧିକ ବଲିଉଡ୍ ସେଲିବ୍ରିଟି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More