Only for Entertainment

‘ଫାଦର୍ସ ଡେ’ ଅବସରରେ ରିଲିଜ ହେଲା ସଂଜୁର ଆଉ ଏକ ନୂଆ ପୋଷ୍ଟର, ଦେଖିବାକୁ ମିଳିଲା ବାପା-ପୁଅଙ୍କ ଇମୋଶନାଲ ବଣ୍ଡିଂ

Zee News
0 39

ବଲିଉଡ ଅଭିନେତା ରଣବୀର କପୁରଙ୍କ ଅପକମିଂ ଫିଲ୍ମକୁ ନେଇ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ଶୁଣିବାକୁ ମିଳିଥାଏ । ଫାଦର୍ସ ଡେ ଅବସରରେ ‘ସଂଜୁ’ର ଏକ ନୂଆ ପୋଷ୍ଟର ରିଲିଜ କରାଯାଇଛି । ପୋଷ୍ଟରରେ ରଣବୀର କପୁର ପରେଶ ରାୱଲଙ୍କୁ ଆଲିଙ୍ଗନ କରିଥିବା ଦେଖିବାକୁ ମିଳିଛି । ପୋଷ୍ଟରେ ବାପା-ପୁଅର ବଣ୍ଡିଂ ଦେଖିବାକୁ ମିଳିଛି ।

ଫିଲ୍ମର ନିର୍ଦ୍ଦେଶକ ରାଜକୁମାର ହିରାନୀ ଟ୍ୱିଟ କରି ଏହି ପୋଷ୍ଟରକୁ ସେୟାର କରିଛନ୍ତି । ଟୁଇଟ କରି ସେ ଲେଖିଛନ୍ତି, ‘ଫାଦର୍ସ ଡେ ଏକ୍ସକ୍ଲୁସିଭ…ଜାଦୁ କି ଝପି…’ ଏହା ପୂର୍ବରୁ ଫିଲ୍ମର ଅନେକ ପୋଷ୍ଟର ରିଲିଜ ହୋଇଛି ଯାହାକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । କିଛି ଦିନ ପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା । ଟ୍ରେଲର ଦେଖିବା ପରେ ଦର୍ଶକ ଫିଲ୍ମକୁ ଉତ୍ସକତାର ସହିତ ଚାହିଁ ରହିଛନ୍ତି । ଫିଲ୍ମ ୨୯ ଜୁନରେ ପରଦାକୁ ଆସିବ ।


ଟ୍ରେଲରରେ କୌଣସି ଗୋଟିଏ ବି ସିନ୍-ରେ ଲାଗୁନି ଯେ, ରଣବିର୍ ଆକ୍ଟିଂ କରିଛନ୍ତି । ଲାଗୁଛି ସଂଜୟ ଦତ୍ତ ଯେମିତି ଖୋଦ୍ ନିଜ କାହଣୀ ବୟାନ୍ କରୁଛନ୍ତି । ସଂଜୁ ଫିଲ୍ମକୁ ପ୍ରଡ୍ୟୁସ୍ କରିଛନ୍ତି ବିଧୁ ବିନୋଦ୍ ଚୋପ୍ରା ଓ ରାଜକୁମାର ହୀରାନି । ଫିଲ୍ମକୁ ଲେଖିଛନ୍ତି ରାଜକୁମାର ହୀରାନି ଓ ଅଭିଜାତ୍ ଯୋଶୀ ।ଫିଲ୍ମରେ ରଣବିର୍ କପୁର ବ୍ୟତିତ , ପରେଶ୍ ରାୱଲ୍, ମନିଷା କୋଇରାଲା, ସୋନମ୍ କପୁର, ଦିୟା ମିର୍ଜା, ଅନୁଷ୍କା ଶର୍ମା ଓ ବିକି କୌଶଲ୍ ମଧ୍ୟ ଅଭିନୟ କରିଛନ୍ତି । ସଂଜୁରେ ପରେଶ୍ ରାୱଲ୍ ସଂଜୟ ଦତ୍ତଙ୍କ ପିତା ସୁନିଲ୍ ଦତ୍ତ ଚରିତ୍ରରେ ଅଭିନୟ କରିଥିବା ବେଳେ ମନିଷା କୋଇରାଲା ନର୍ଗିସ ଙ୍କ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମରେ ଦିୟା ସଂଜୟଙ୍କ ପତ୍ନି ହୋଇଛନ୍ତି । ତେବେ ଦେଖିବାକୁ ବାକି ରହିଲା ଦର୍ଶକ ଫିଲ୍ମକୁ କେତେ ମାତ୍ରାରେ ପସନ୍ଦ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More