Only for Entertainment

ଘରେ ଭୂଲରେ ବି ଲାଫିଂ ବୁଦ୍ଧାଙ୍କୁ ଏହି ସ୍ଥାନରେ ରଖନ୍ତୁ ନାହିଁ ! ହୋଇପାରେ ସମସ୍ୟା ।

pdpics
0 64

ଚୀନ ବାସ୍ତୁଶାସ୍ତ୍ର ମୁତାବକ ଲାଫିଂ ବୁଦ୍ଧା ଶୁଭ ଏବଂ ଧନ ସମୃଦ୍ଧିର ପ୍ରତୀକ ବୋଲି ମାନ୍ୟତା ରହିଛି । ଘରେ ଲାଫିଂ ବୁଦ୍ଧା ରଖିବା ଶୁଭ ମାନନ୍ତି ମାତ୍ର ଲାଫିଂ ବୁଦ୍ଧାଙ୍କ ରଖିବା ସ୍ଥାନ ବିଷୟରେ ଫେଙ୍ଗସୁଇ ଶାସ୍ତ୍ରରେ କୁହାଯାଇଛି । ଲାଫିଂ ବୁଦ୍ଧାଙ୍କ ରଖିବା ସ୍ଥାନ ଉପରେ ବିଶେଷ ଧ୍ୟାନ ରଖିବା ଆବଶ୍ୟକ ଅଟେ ।

ଭାରତୀୟ ଶାସ୍ତ୍ର ମୁତାବକ ପୂର୍ବ ଦିଗକୁ ଭାଗ୍ୟ ଏବଂ ସମ୍ପନ୍ନତାର ପ୍ରତୀକ ମାନା ଯାଇଥାଏ । ଏହିଭଳି ଚୀନ ବାସ୍ତୁ ଶାସ୍ତ୍ର ମୁତାବିକ ମଧ୍ୟ ଏହି ଦିଗ ଶୁଭ ଅଟେ । ଯଦି ଆପଣ ଆପଣଙ୍କ ପରିବାର ମଧ୍ୟରେ ପ୍ରେମ ଏବଂ ନିବିଡତା ବୃଦ୍ଧି କରିବା ପାଇଁ ଚାହୁଁଛନ୍ତି ତେବେ ଲାଫିଂ ବୁଦ୍ଧା ମୂର୍ତ୍ତିକୁ ଘରର ପୂର୍ବ ଦିଗରେ ରଖନ୍ତୁ ।

ଯଦି ଆପଣ ଚାକିରୀ ଏବଂ ବ୍ୟବସାୟରେ ଉନ୍ନତି ଚାହୁଁଚନ୍ତି ତେବେ ଦକ୍ଷିଣ ପୂର୍ବ ଦିଗରେ ମୂର୍ତ୍ତି ରଖନ୍ତୁ । ଏହା କରିବା ଦ୍ୱାରା ସକରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ । ଘରେ ଧନ ଏବଂ ସୁଖ ବାସ କରିଥାଏ ।

ଘର କିମ୍ବା ଅଫିସର ଏଭଳି ସ୍ଥାନରେ ଲାଫିଂ ବୁଦ୍ଧା ରଖନ୍ତୁ ଯେଉଁଠାରୁ ବୁଦ୍ଧା ଏବଂ ଆପଣଙ୍କ ନଜର ଦ୍ୱୟ ବରାବର ରହିବ ଏବଂ ଘରେ କିମ୍ବା ଅଫିସରେ ପ୍ରବେଶ କରିବା ମାତ୍ରେ ଆପଣଙ୍କ ନଜର ଏହା ଉପରେ ପଡିବା ଶୁଭ ଅଟେ ।

ଯେଉଁଭଳି ଗଣେଷଙ୍କ ମୁହଁ ଘର ପ୍ରବେଶଦ୍ୱାର ଆଡକୁ ରହିବା ଶୁଭ ବୋଲି ମାନ୍ୟତା ରହିଛି ସେହିଭଳି ଲାଫିଂ ବୁଦ୍ଧା ମୂର୍ତ୍ତି ରଖିବା ଦ୍ୱାରା ଧନ ସମୃଦ୍ଧିକୁ ଆକର୍ଷଣ କରିବ ବୋଲି ମାନ୍ୟତା ରହିଛି । ମାତ୍ର ଭୂଲରେ ବି ରୋଷେଇ ଘରେ କିମ୍ବା ବାଥରୁମରେ ଲାଫିଂ ବୁଦ୍ଧା ରଖନ୍ତୁ ନାହିଁ ଏହା ଅଶୁଭ ଅଟେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More