ମେଷ ରାଶିର ଝିଅମାନଙ୍କ ପାଇଁ ବେଷ୍ଟ ପାର୍ଟନର ହୋଇଥାନ୍ତି ଏହି ରାଶିର ପୁଅ
ସବୁ ଝିଅମାନଙ୍କ ମନରେ ଆଶା ଥାଏ ତାଙ୍କ ଲାଇଫ ପାର୍ଟନର ତାଙ୍କର ଧ୍ୟାନ ରଖିବ ତାଙ୍କ ସବୁ ଇଚ୍ଛାକୁ ପୂରା କରିବ । ଯଦି ଏହି ଆଶା ପୂରଣ ନ ହୁଏ ତେବେ ଜୀବନ ନର୍କ ହୋଇଯାଇଥାଏ । ତେବେ ଆସନ୍ତୁ ଜାଣିବା ମେଷ ରାଶିର ଝିଅମାନଙ୍କ ପାଇଁ କେଉଁ ରାଶିର ପୁଅ ଭଲ ଲାଇଫ ପାର୍ଟନର ହୋଇଥାନ୍ତି ।
ମେଷ ରାଶିର ଝିଅ-ମେଷ ରାଶିର ପୁଅ
ମେ ଷ ରାଶିର ଝିଅ ସ୍ୱଭାବରେ ଉଗ୍ର, କ୍ରୋଧୀ ଏବଂ ଚିଡଚିଡା ହୋଇଥାନ୍ତି । ଯଦି ଉଭୟ ପୁଅ ଝିଅ ଯଦି ମେଷ ରାଶିର ହୋଇଥାନ୍ତି ତେବେ ତାଙ୍କର ରିଲେସନ ଭଲ ହୋଇଥାଏ । ମେଷ ରାଶିର ଝିଅ କଥା କଥାରେ ଝଗଡା କରିଥାନ୍ତି ସେ ଥିପାଇଁ ମେ ଷ ରାଷିର ପୁଅଙ୍କୁ ହିଁ ତାହା ସମ୍ଭାଳିବାକୁ ପଡିବ । ଏହା ଦ୍ୱାରା ସମ୍ପର୍କ ଭଲ ରହିବ ।
ମେଷ ରାଶି ଝିଅ – ବୃଷ ରାଶି ପୁଅ
ବୃଷ ରାଶିର ପୁଅ ସ୍ୱଭାବରେ ଶାନ୍ତ ଏବଂ ଧୌର୍ଯ୍ୟବାନ ହୋଇଥାନ୍ତି । ମେଷ ରାଷିର ଝିଅ ଟିକେ ଅହଂକାରୀ ହୋଇଥାନ୍ତି । ଏପରି ସ୍ଥଳେ ବୃଷ ରାଶିର ପୁଅ ଭଲ ଭଲ କଥା କହି ଝିଅଙ୍କୁ କାବୁରେ ରଖିବା ଦରକାର । ଦୁହେଁ ଯଦି ବିବାହ କରନ୍ତି ତେବେ ଏହି ବିବାହ ସର୍ତ୍ତରେ ହିଁ ଚାଲିବ ।
ମେଷ ରାଶି ଝିଅ – ମିଥୁନ ରାଶି ପୁଅ
ଯ ଦି ମେଷ ରାଶିର ଝିଅ ଏବଂ ମିଥୁନ ରାଶିର ପୁଅ ବିବାହ କରନ୍ତି ତେବେ ଦୁହେଁ ମିଶି ଯେକୌଣସି ଅସୁବିଧାର ସମାଧାନ କରିପାରିବେ । ଦୁହିଁଙ୍କ ମଧ୍ୟରେ ଛୋଟ ଛୋଟ କଥାରେ ଝଗଡା ହେବ କିନ୍ତୁ ଏହା ବିବାହ ପାଇଁ ପରଫେକ୍ଟ ଯୋଡି ହୋଇପାରନ୍ତି ।
ମେଷ ରାଶି ଝିଅ-କର୍କଟ ରାଶି ପୁଅ
ଦୁହିଁଙ୍କ ମଧ୍ୟରେ ସବୁବେଳେ ଝଗଡାର ବାତାବରଣ ଲାଗିରହିବ । କାରଣ କର୍କଟ ରାଶିର ପୁଅ ସମସ୍ତଙ୍କୁ ସାହାଯ୍ୟ କରିବା ସ୍ୱଭାବର ହୋଇଥାନ୍ତି । ଏହାକୁ ନେଇ ମେଷ ରାଶିର ଝିଅ ରାଗିଥାନ୍ତି । ଦୁହିଁଙ୍କ କାମ କରିବାର ସମୟ ମଧ୍ୟ ଅଲଗା ଅଲଗା ରହିଥାଏ । ଏହିକାରଣରୁ ବିବାହ ଭଲରେ ଚାଲିପାରେ ନାହିଁ ।
ମେଷ ରାଶି ଝିଅ-ସିଂହ ରାଶି ପୁଅ
ଏହି ଦୁଇ ରାଶିର ଯବ ଦି ବିବାହ ହୁଏ ତେବେ ଏ ହା ଖୁବ ଆକର୍ଷକ ହୋଇଥାଏ । ମେ ଷ ରାଶି ଝିଅମାନଙ୍କ ମସ୍ତିଷ୍କ ତିକ୍ଷ୍ନ ହୋଇଥାଏ ଏବଂ ସିଂହ ରାଶିର ପୁଅଙ୍କ ପର୍ସନାଲିଟି ଆକର୍ଷକ ହୋଇ ଥାଏ ଫଳରେ ଦୁହେଁ ସବୁ ସମସ୍ୟାକୁ ଦୂ ର କରିବାର କ୍ଷମତା ରଖିଥାନ୍ତି ।
ମେଷ ରାଶି ଝିଅ-କନ୍ୟା ରାଶି ପୁଅ
ଏହି ଦୁଇ ରାଶିର ବିବାହ ହେବା ଫଳ ରେ ଝିଅ ସବୁବେଳେ ପୁଅଙ୍କ ଉପରେ ପ୍ରଭାବ ବିସ୍ତାର କରି ଥାନ୍ତି । ଏହି ବିବାହ ଏ କ ଆଦର୍ଶ ବିବାହ ହୋଇପାରିବ ନାହିଁ ।
ମେଷ ରାଶି ଝିଅ- ତୁଳା ରାଶି ପୁଅ
ତୁଳା ରାଶିର ପୁଅ ଖୁବ ସୁନ୍ଦର ହୋଇଥାନ୍ତି । ସେଥିପାଇଁ ମେଷ ରାଶିର ଝିଅମାନେ ତାଙ୍କୁ ମନ ଦେଇ ବସିଥାନ୍ତି । କିନ୍ତୁ ବିବାହ ପରେ ଅସୁବିଧା ଦେଖାଦେଇ ପାରେ । ମେଷ କ୍ଷତ୍ରିୟ ରାଶି ଏବଂ ତୁଳା ରୁଦ୍ର ରାଶି । ଯଦି ଏହି ରାଶିର ପୁଅ ମେଷ ରାଶିର ଝିଅଙ୍କ ଭାବନା ବୁଝିପାରିବେ ତେବେ ସମ୍ପର୍କ ଭଲ ହୋଇପାରିବ ।
ମେଷ ରାଶି ଝିଅ- ବିଛା ରାଶି ପୁଅ
ଏହି ଦୁଇ ରାଶି ପରସ୍ପର ସହିତ ପଡନ୍ତି ନାହିଁ । ଦୁହିଁଙ୍କ ଭାବନା ମଧ୍ୟରେ ଆକାଶ ପାତାଳ ର ଫରକ ଦେଖାଯାଇଥାଏ । ମେଷ ରାଶି ଝିଅଙ୍କ ଆଡିଟ୍ୟୁଡ ଏବଂ ବିଛା ରାଶି ପୁଅଙ୍କ କଂଜୁସ ସ୍ୱଭାବ ସମ୍ପର୍କରେ ଫାଟ ସୃଷ୍ଟି କରିଥାଏ ।
ମେଷ ରାଶି ଝିଅ-ଧନୁ ରାଶି ପୁଅ
ଏହି ଦୁଇ ରାଶିର ଯୋଡି ବିବାହ ପାଇଁ ପରଫେକ୍ଟ ହୋଇଥାଏ । ଧନୁ ରାଶି ପୁଅ ନିଜ କାର୍ଯ୍ୟକୁ ନିଷ୍ଟାର ସହିତ କରିଥାନ୍ତି । ଏହି ଦୁଇ ରାଶିର ମିଳନ ଏକ ଆଦର୍ଶ ଯୋଡି ହୋଇଥାନ୍ତି ।
ମେଷ ରାଶି ଝିଅ-ମକର ରାଶି ପୁଅ
ମକର ରାଶିର ପୁଅମାନେ କୌଣସି କଥାକୁ ଚତୁରତାର ସହିତ ଲୁଚାଇପାରନ୍ତି କିନ୍ତୁ ମେଷ ରାଶିର ଝିଅଙ୍କ ନଜରରୁ ବଂଚିପାରନ୍ତି ନାହିଁ । ଯଦି ଏହି ଦୁଅ ରାଶିର ବିବାହ ହୁଏ ତେବେ ମ କର ରାଶି ପୁଅଙ୍କୁ ନିଜ ସ୍ୱଭାବକୁ ବଦଳାଇବାକୁ ପଡିବ । ଏହି ବିବହ ପରଫେକ୍ଟ ହେବ ନାହିଁ ସାମାନ୍ୟ ରହିବ ।
ମେଷ ରାଶି ଝିଅ- କୁମ୍ଭ ରାଶି ପୁଅ
ମେ ଷ ରାଶିର ସ୍ୱଭାବ ଗମ୍ଭୀର ଏବଂ କୁମ୍ଭ ରାଶିର ସ୍ୱଭାବ ପରିଶ୍ରମୀ ହୋଇଥାଏ । ଏହି ଦୁଇ ରାଶି ପାଇଁ ସ୍ୱାଭିମାନ ବଡ ହୋଇଥାଏ । ଏହାକୁ ଦୁହେଁ ଯଦି ବୁଝିପାରିବେ ତେବେ ସମ୍ପର୍କ ଭଲ ହୋଇପାରେ ।
ମେଷ ରାଶି ଝିଅ-ମୀନ ରାଶି ପୁଅ
ମୀନ ରାଶୁର ପୁଅଙ୍କ ସ୍ୱଭାବ ଚଂଚଳ ରହିଥାଏ । ଏପରି ସ୍ଥ୍ିତିରେ ମେଷ ରାଶି ଝିଅ ପୁଅକୁ ସୁଧାରିବାକୁ ଚେଷ୍ଟା କରିଥାନ୍ତି । କିନ୍ତୁ ଏହି ରାଶିର ପୁଅ ଯଦି ନିଜ ନେଚର ନବଦଳାନ୍ତି ତେବେ ସମ୍ପର୍କରେ ଫାଟ ଦେଖାଯାଇଥାଏ । ଦୁହିଁଙ୍କ ମଧ୍ୟରେ ଝଗଡା ଲାଗିରହିବ । ଯଦି ପୁଅ ସମ୍ପର୍କ ଠାରୁ ମିଛକୁ ଦୂରେଇ ରଖେ ତେବେ ଏହା ସଫଳ ବିବାହ ହୋଇ ପାରିବ ।