Only for Entertainment

ଲେମନ ଚିକେନର ପ୍ରସ୍ତୁତି ପ୍ରଣାଳୀ ।

Yellow Bliss Road
42

ଭଲ ଭଲ ସୁସ୍ୱାଦୁ ଖାଦ୍ୟ ଖାଇବାର ଇଛା ସମସ୍ତଙ୍କର ରହିଥାଏ । କିନ୍ତୁ ପ୍ରତିଦିନ ଏଭଳି ଖାଦ୍ୟ ଖାଇବା ସମ୍ଭବ ହୋଇନଥାଏ । କିନ୍ତୁ ସମୟ ସମୟରେ ଭଲ ଭଲ ଡିସ ପ୍ରସ୍ତୁତ କରି ଖାଇବାକୁ ଇଛା ହୋଇଥାଏ ଏବଂ ଯଦି ସମୟ ହେଉନାହିଁ ଫୁଡି ମାନେ ନାହାତି ଭାବରେ କିଛି ସମୟ ବାହାର କରି ଘରେ ସେହି ଖାଦ୍ୟ ପ୍ରସ୍ତୁତ କରିବା ଉଚିତ । କାରଣ ପ୍ରତିଦିନ ବାହାରର ଖାଦ୍ୟ ଖାଇବା ଦ୍ୱାରା ଶରୀର ଅସୁସ୍ଥ ହୋଇଥାଏ, ଯଦି ତାହାକୁ ଘରେ ପ୍ରସ୍ତୁତ କରି ଖାଇବେ ତେବେ ଏକ ନିଆରା ମଜା ଆସିଥାଏ । ଚିକେନରେ ତ ଆପଣ କେତେକ ଡିସ ଖାଇଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଶିଖାଇବୁ ଲେମନ ଚିକେନର ପ୍ରସ୍ତୁତି ପ୍ରଣାଳୀ ।

ପ୍ରଥମେ ଚିକେନ୍‌କୁ ଭଲଭାବେ ପରିଷ୍କାର କରି ଧୋଇ ଲୁଣ ଓ ଲେମ୍ବୁରସ ଗୋଳେଇ କିଛି ସମୟ ରଖିଦିଅନ୍ତୁ। ଏବେ ଏକ କଡ଼େଇରେ ତେଲ ଗରମ କରି ସେଥିରେ ଭୃସୁଙ୍ଗ ପତ୍ର, କଞ୍ଚାଲଙ୍କା, ଧନିଆ ପକାଇ ଭାଜନ୍ତୁ। ଏବେ ଏଥିରେ କଟା ପିଆଜ ପକାନ୍ତୁ। ପିଆଜ ଲାଲ୍‌ ହୋଇଗଲେ ଏଥିରେ ଅଦା-ରସୁଣ ବଟା, ହଳଦୀ ଗୁଣ୍ଡ ଓ ଲଙ୍କାଗୁଣ୍ଡ ପକାଇ ଭଲଭାବେ କଷନ୍ତୁ। ମସଲା ଭଲଭାବେ କଷି ହୋଇଗଲେ ଏଥିରେ ଚିକେନ ପକାନ୍ତୁ। ଚିକେନ୍‌ ଉପରେ ଟିକେ ଧନିଆ ଗୁଣ୍ଡ ଦେଇ କିଛି ସମୟ କଷନ୍ତୁ। ଏବେ ଅଳ୍ପ ନଡିଆ ରସ, ଲେମ୍ବୁରସ, ପକାଇ ଆଉ ୧୦ ମିନିଟ୍ କଷିବା ପରେ ଚୁଲି ବନ୍ଦ କରିଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ଲେମନ୍ ଚିକେନ୍‌। ଏହାକୁ ଗରମ ରୁଟି କିବା ନାନ୍ ସହିତ ପରଷନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More