Only for Entertainment

ଲେମନ ମିଣ୍ଟ ଆଇସ୍ ଟି ପ୍ରସ୍ତୁତି ପ୍ରଣାଳୀ

Sexy Sobriety
0 81

ଯଦି ଆପଣଙ୍କ ଅତିଥିଙ୍କୁ ଡ୍ରଙ୍କରେ କିଛି ଖାସ ସର୍ଭ କରିବା ପାଇଁ ଚାହୁଁଛନ୍ତି ତେବେ ଆପଣ ଲେମନ ମିଣ୍ଟ ଆଇସ୍ ଟି ପ୍ରସ୍ତୁତ କରିପାରିବେ । ଆସନ୍ତୁ ଜାଣିବା ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ ।

ସାମଗ୍ରୀ-

ପାଣି- ୪୪୦ ମି.ଲି.
ଚିନି- ୪୫ ଗ୍ରାମ
ଚା’ପତି- ୧ ଛୋଟ ଚାମଚ
ଲେମ୍ବୁ ସ୍ଲାଇସ-୨ ଟି
ପୋଦିନା ପତ୍ର- ୭ ରୁ ୮ ଟି
ବରଫ- ଆବଶ୍ୟକ ଅନୁସାରେ
ଲେମ୍ବୁ ରସ- ୧ ଚାମଚ

ପ୍ରଣାଳୀ-

– ଏକ ପ୍ୟାନରେ ୪୪୦ ମି.ଲି. ପାଣି, ୪୫ ଗ୍ରାମ ଚିନି, ୧ ଛୋଟ ଚାମଚ ଚା’ପତି ପକାଇ ମଧ୍ୟମ ଆଂଚରେ ଫୁଟାନ୍ତୁ ।

– ଏହାପରେ ଏହି ମିଶ୍ରଣକୁ ଏକ ଜଗରେ ଢାଳନ୍ତୁ ।

– ଏକ ଗ୍ଲାସରେ ୭ ରୁ ୮ ପୋଦିନା ପତ୍ର ଏବଂ ବରଫ ପକାନ୍ତୁ ।

– ଏହାପରେ ଏଥିରେ ଏକ ବଡ ଚାମଚ ଲେମ୍ବୁ ରସ ଏବଂ ଚା’ପତି ମିଶ୍ରଣକୁ ଢାଳି ଭଲଭାବେ ମିଶାଇ ଦିଅନ୍ତୁ ।

– ବର୍ତ୍ତମାନ ଏଥିରେ ଲେମ୍ବୁ ସ୍ଲାଇସ ସହ ଗାର୍ନିସ୍ କରନ୍ତୁ ।

– ପ୍ରସ୍ତୁତ ହୋଇଗଲା ଆପଣଙ୍କର ଡ୍ରିଙ୍କ, ବର୍ତ୍ତମାନ ସର୍ଭ କରନ୍ତୁ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More