ଖରାଦିବେ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଦିଏ । ଖରାଦିନେ ଅଳ୍ପ କାମରେ ଶରୀର ଥକିଯାଇଥାଏ। ଶରୀରରୁ ଝାଳ ବାହାରିବା ସହିତ ଜଳୀୟଅଂଶ ଶୁଖିଯାଇଥାଏ। ଥକାପଣ ଦୂର ପାଇଁ ସକାଳେ ଗ୍ଲାସେ ଲେମ୍ବୁପାଣି ପିଇଲେ ଦିନସାରା ସତେଜ ଲାଗିଥାଏ। ଏହା ଶରୀରରେ ଡିହାଇଡ୍ରେସନ ପ୍ରକିୟାକୁ କମ୍ କରିଥାଏ। ଏଥିରେ ଥିବା ଭିଟାମିନ-ସି ଓ ପୋଟାସିୟମ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହିତ ବ୍ଲଡ୍ପ୍ରେସରକୁ ନିୟନ୍ତ୍ରଣ କରିଥାଏ। ନିୟମିତ ଲେମ୍ବୁପାଣି ପିଇଲେ ମେଦବହୁଳତାରୁ ମୁକ୍ତି ମିଳିଥାଏ। ଏହା ଅନାବଶ୍ୟକ ଫ୍ୟାଟ୍କୁ ହଟାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ପାଚନ କ୍ରିୟାକୁ ମଧ୍ୟ ଲେମ୍ବୁପାଣି ସ୍ବାଭାବିକ କରିଥାଏ।