Only for Entertainment

ଚର୍ମରୋଗରୁ ମୁକ୍ତି ଦିଏ ଲେମ୍ବୁ।

Two ripe lemons hanging on a tree branch
37

ଲେମ୍ବୁ ଯେ କେବଳ ଖାଦ୍ୟର ସ୍ୱାଦ ବଢାଇବାରେ ସହାୟକ ହୋଇଥାଏ ତାହା ନୁହେଁ ବରଂ ଏହା ଔଷଧ ଭାବରେ ମଧ୍ୟ କାମ କରେ । ଲେମ୍ବୁ ଖାଇବା ସ୍ବାସ୍ଥ୍ୟ ପାଇଁ ଉପଯୋଗୀ। ମହିଳାମାନେ ଏହାକୁ ସୌନ୍ଦର୍ଯ୍ୟ ବର୍ଦ୍ଧକ ଭାବେ ମଧ୍ୟ ବ୍ୟବହାର କରିଥାନ୍ତି। ଲେମ୍ବରେ ପ୍ରଚୁର ପରିମାଣରେ ସାଇଟ୍ରିକ୍‌ଏସିଡ଼୍‌ ରହିଥାଏ। ଏଥିରେ ଭିଟାମିନ୍‌- ସି, ଭିଟାବିନ୍‌-ବି, ଲୌହ, କ୍ୟାଲସିୟମ, ଫସଫରସ୍‌ ତଥା ପଟାସିୟମ୍‌ ଆଦି ରହିଥାଏ। ଗୋଟିଏ ଲେମ୍ବୁରୁ ମିଳୁଥିବା ଭିଟାମିନ ସି’ର ପରିମାଣ ୬ ଟି ଗାଜର,୬ଟି ଟମାଟୋ, ୬ ଟି ସେଓ ଏବଂ ୭୦ ଟି ପାଳଙ୍ଗପତ୍ରରୁ ମିଳୁଥିବା ଭିଟାମିନ୍‌ ସି’ ସହ ସମାନ ରହିଥାଏ। ବଟାହଳଦୀ ସହ ଲେମ୍ବୁରସ ମିଶାଇ ତ୍ୱଚାରେ ଲଗାଇଲେ ଅନେକ ଚର୍ମରୋଗ ଦୂର ହୋଇଥାଏ। ଲେମ୍ବୁରସରେ ସମ ପରିମାଣ କାକୁଡି ରସ ଓ କ୍ଷୀର ମିଶାଇ ଲଗାଇଲେ ଚର୍ମ ପରିଷ୍କାର ରହେ। ଚର୍ମର ଶୁଷ୍କତା ଦୂର କରିବା ପାଇଁ ଅଧଚାମଚ ଲେମ୍ବୁରସରେ ଅଧଚାମଚ ଗୋଲାପଜଳ, ଦୁଇ ଚାମଚ ଗ୍ଲିସେରିନନ୍‌ ମିଶାଇ ଲୋସନ୍‌ ପ୍ରସ୍ତୁତ କରି ତ୍ୱଚାରେ ନିୟମିତ ମାଲିସ କଲେ ରଙ୍ଗ ଉଜ୍ୱଳ ହୋଇଥାଏ। ଅଧାକପ କ୍ଷୀର ସରରେ ୧ ଚାମଚଲେମ୍ବୁ ରସ, ୧ ଚାମଚ ବେସନ, ଅଧାଚାମଚ ହଳଦୀଗୁଣ୍ଡ ମିଶାଇ ମୁହଁରେ ଲଗାଇଲେ କଳା ଦାଗଭଲ ହୋଇଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More