Only for Entertainment

ସେଲୁନରେ ପଶି ଚହଳ ସୃଷ୍ଟ କଲା ବାଘ, ଦେଖନ୍ତୁ ଭାଇରାଲ ଭିଡ଼ିଓ

punjabkesari
106

ସାଇବର ସିଟି ଗୁରୁଗ୍ରାମରେ ଏକ ବାଘ ପ୍ରାୟ ୩ ଘଂଟା ଧରି ତାଣ୍ଡବ ସୃଷ୍ଟି କରି ଲୋକଙ୍କ ମଧ୍ୟରେ ଚହଳ ପକାଇଛି । ଘରର ଛାତ ଉପରକୁ ଡେଇଁ ଏକ ବାଘ ଜଣେ ଯୁବକକୁ ଆଘାତ କଲା ଏବଂ ଏହାପରେ ପଶିଗଲା ଏକ ସେଲୁନ ଭିତରକୁ, ଯେଉଁଠାରେ ତାକୁ କଏଦ କରାଗଲା । ଏହାପରେ ଫରେଷ୍ଟ ବିଭାଗର ଟିମ୍ ବାଘକୁ ବିନା ଟ୍ରାଙ୍କୁଲାଇଜରେ ଧରିନେଲେ ।

ଘଟଣା ଗୁରୁଗ୍ରାମର ବାଦଶାହପୁର କସ୍ୱେ ଅଂଚଳର । ଏଠାରେ ବାଘ ସମସ୍ତଙ୍କ ମନରେ ଆତଙ୍କ ସୃଷ୍ଟି କରି ଦେଇଛି । ପ୍ରାୟ ଦ୍ୱିପ୍ରହର ୨ଟାରେ ଯେତେବେଳେ ଜଣେ ଲୋକ କାମ କରିବାକୁ ଘର ଭିତରକୁ ଯାଉଥିଲା ହଠାତ ତା’ ନଜର ପଡ଼ିଲା ବାଘ ଉପରେ । ସେ ଜୋରରେ ଚିତ୍କାର କରିବାରୁ ବାଘ ଦୌଡ଼ିଯାଇ ଘର ମଧ୍ୟରେ ହୋଇଥିବା ପାର୍କରେ ପଶିଗଲା । ଯାହାପରେ ଗୋଟିଏ ପରେ ଗୋଟିଏ ତାଣ୍ଡବ କଲା ବାଘ ଏବଂ ଶେଷରେ ବନ ବିଭାଗ କର୍ମଚାରୀଙ୍କ ହାତରେ ଧରାପଡ଼ିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More