Only for Entertainment

ବନ୍ଧୁକ ବଦଳରେ ଡାକ୍ତରଖାନା ସଫେଇ କରୁଛନ୍ତି ଦୁଇ ଜଣ ମାଓନେତ୍ରୀ

59

ମାଓନେତ୍ରୀରୁ ସଫେଇ କର୍ମଚାରୀ । ବନ୍ଧୁକ ବଦଳରେ ହାତରେ ଝାଡୁପୋଛା । ଲାଲଗଡରେ ମହିଳା ମାଓବାଦୀଙ୍କ ଦବଦବା କିଛି କମ ନାହିଁ । ହାତରେ ବନ୍ଧକୁ ଧରି ଜଙ୍ଗଲ ଭିତରେ ଏବେ ବି ରାଜ କରୁଛନ୍ତି ଅନେକ ମାଓନେତ୍ରୀ । ଯାହାଙ୍କ ଇଶାରାରେ ଚାଲେ ଲାଲ ସାମ୍ରାଜ୍ୟ । ଆଜି ଆମେ ଆପଣଙ୍କୁ ଏମିତି ଦୁଇ ମାଓ ନେତ୍ରୀଙ୍କ କାହାଣୀ ଦେଖାଇବୁ ଯାହାଙ୍କ ହାତରେ ବନ୍ଧୁକ ବଦଳରେ ରହିଛି ଝାଡୁପୋଛା । ହାତରେ ଛାଡୁପୋଛା ଧରି ଡାକ୍ତରଖାନା ସଫେଇ କାମରେ ଲାଗିଛନ୍ତି ଦୁଇ ମାଓନେତ୍ରୀ ।

ମାଓନେତ୍ରୀ ମାଳତୀ କାୱାସୀ ଓ ଶାନ୍ତି ଓରଫ ଦେବୀ ମାଢି । ମାଳତୀ କୱାସୀ ଦୀର୍ଘ ୮ବର୍ଷ ଧରି ବୈପାରୀଗୁଡା ଦଳମରେ ଏସିଏମ କ୍ୟାଡର ଭାବେ ରହି କାର୍ଯ୍ୟକରୁଥିଲେ । ଆଲପପାକା ଆନ୍ଧ୍ର ଗ୍ରେହାଉଣ୍ଡ ଆକ୍ରମଣ,ବୈପାରିଗୁଡା ଥାନା ଓ ରାମଗିରି ଥାନା ଆକ୍ରମଣ ପରି ବହୁ ବଡ ବଡ ଘଟଣାରେ ସାମିଲ ଥିଲେ ମାଳତୀ ।

ସେହିପରି ଦେବୀ ମାଢି ଗତ ୧୦ ବର୍ଷ ଧରି କାଲିମେଳା ଓ ବିଚ୍ଛିନ୍ନାଂଚଳ ଦଳମରେ ଏସଏମ କ୍ୟାଡର ଭାବେ କାମ କରୁଥିଲେ । ତାଙ୍କ ସ୍ୱାମୀ କମ୍ରେଡ ଗୌତମ ଏକ ଏନକାଉଣ୍ଟରରେ ପ୍ରାଣ ହରାଇଥିଲେ । ଦେବୀ ରାମାଗୁଡା ଏନକାଉଣ୍ଟର,ଦାମନଯୋଡି ଫଂଚାପଟମାଳି ଖଣି ଆକ୍ରମଣ ଘଟଣାରେ ସଂପୃକ୍ତ ଥିଲେ । ତେବେ ଏମାନେ ଗତ ୨୦୧୨ ମସିହାରେ ମାଲକାନଗିରି ପୁଲିସ ନିକଟରେ ଆତ୍ମସମପଣ କରିଥଇଲେ । ଏମାନଙ୍କୁ ଥଇଥାନ କରିବା ପାଇଁ ପରିମଳ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ମାଲକାନଗିରି ଡାକ୍ତରଖାନାରେ ସଫେଇ କର୍ମଚାରୀ ଭାବେ ନିଯୁକ୍ତି ଦିଆଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More