Only for Entertainment

ଚାକିରି ନେଇ ଚିନ୍ତିତ କି ? ତେବେ ମନେ ରଖନ୍ତୁ କିଛି ଟିପ୍ସ

Allied Pain
0 58

ଚାକିରି ନେଇ ଚିନ୍ତିତ ଥିଲେ ଅନେକ ସମୟରେ ଅସନ୍ତୋଷ ମନଭାବ ଆସିଥାଏ । ଜୀବନରେ ଆଗକୁ ନ ବଢିପାରିବା ହେତୁ ହେଉ କିମ୍ବା ଅନ୍ୟ କିଛି ସମସ୍ୟାର ସାମ୍ନା କରିବା ହେତୁ ବେଳେ ତିକ୍ତ ମନୋଭାବ ଆସେ । କାର୍ଯ୍ୟକରିବାରେ ସେତେଟା ଆଗ୍ରହ ରହେନା । ସବୁବେଳେ ନକାରାତ୍ମକ ଚିନ୍ତାଧାରା ମନରେ ଆସେ । ତେବେ ଏହା ଆଦୌ ଆପଣଙ୍କ ପାଇଁ କିମ୍ବା ଜୀବନପାଇଁ ଭଲ ନୁହେଁ । କିପରି ନିଜକୁ ଏଭଳି ସମସ୍ୟାରୁ ଦୂରେଇ ରଖିବେ ସେ ସଂମ୍ବନ୍ଧିୟ କିଛିଟା ଟିପ୍ସ ।

  • କାର୍ଯ୍ୟ କରିବାର ପରିବେଶ ଯାହା ଥାଉ ନା କାହିଁକି ଆପଣଙ୍କୁ କିନ୍ତୁ ସକରାତ୍ମକ ମନୋଭାବ ଆଣିବାକୁ ପଡିବ । ଯଦି ଆପଣ ଆଶା ହରାଇ ଦିଅନ୍ତି ତେବେ କେହି ବି ଚେଷ୍ଟା କରି ଆପଣଙ୍କୁ ଆପଣଙ୍କୁ ସହଯୋଗ କରିପାରିବେ ନାହିଁ ।
  • ସବୁବେଳେ ସକାତ୍ମକ ମନୋଭାବ ଥିବା ଏବଂ ଖୁସି ରଖୁଥିବା ସହକର୍ମୀଙ୍କ ଅଧିକରୁ ଅଧିକ ସମୟ ବିତାନ୍ତୁ । ତେବେ ହିଁ କାହା ବିରୁଦ୍ଧରେ ଗପନ୍ତୁନି କି ଯିଏ ଗପୁଛି ତାକୁ ପ୍ରଶୟ ଦିଅନ୍ତୁ ନାହିଁ ।
  • ଯଦି କେହି ବରିଷ୍ଠ ଅଧିକାରୀ ଆପଣଙ୍କୁ ଅସୁବିଧାରେ ପକାଉଛି କିମ୍ବା ଆପଣଙ୍କୁ ହଇରାଣ କରିଛି ତେବେ ଏ ସଂପର୍କରେ ଆପଣ ସିଧାସଳଖ ବସଙ୍କ ସହ ଆଲୋଚନା କରନ୍ତୁ । ସେ ହୁଏତ ଆପଣଙ୍କୁ ସହଯୋଗ କରିପାରନ୍ତି ।
  • କୌଣସି କଥାକୁ ନେଇ ଏତେଟା ବ୍ୟସ୍ତ ହୁଅନ୍ତୁ ନାହିଁ ଯାହାଦ୍ୱାରା ଆପଣଙ୍କ ଚାକିରି ଉପରେ କୌଣସି ପ୍ରଭାବ ପଡିବ ।
  • କୌଣସି କଥାକୁ ନେଇ କିଛି ଏଭଳି ନିଷ୍ପତି ଉଠାନ୍ତୁ ନାହିଁ ଯେଉଁଥି ପାଇଁ ଆପଣଙ୍କୁ ପରବର୍ତ୍ତୀ ସମୟରେ ପଶ୍ଚ୍ୟତାପ କରିବାକୁ ପଡିବ ।
  • ସାମନ୍ୟ କଥାରେ ଚାକିରି ଛାଡିବା ଭଳି ପଦକ୍ଷେପ ନିଅନ୍ତୁ ନାହିଁ । ଭଲଭାବେ ଅନୁଧ୍ୟାନ କରନ୍ତୁ । ତେବେ କେଉଁ ଚାକିରି ଆପଣଙ୍କ ପାଇଁ ଉପଯୁକ୍ର ଏବଂ ତାପରେ ଚାକିରି ଚୟନ କରନ୍ତୁ ।
  • ଯଦି ସବୁପରେ ମଧ୍ୟ ଆପଣ ଅସହାୟ ହୋଇପଡିଛନ୍ତି ତେବେ କୌଣସି ପ୍ରଫେସରଙ୍କ ସହାୟତା ଲୋଡନ୍ତୁ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More