Only for Entertainment

ସାବରିମାଲା ଭଳି କୋଲ୍‌କାତାରେ ରହିଛି ଏଭଳି ଏକ ମନ୍ଦିର, ଯେଉଁଠି କାଳୀ ପୂଜାରେ ମହିଳାଙ୍କୁ ମନ୍ଦିର ଭିତରକୁ ପ୍ରବେଶ ମନା !

26

ଆଜି ୫ ଘଣ୍ଟା ଲାଗି ଖୋଲିବ କେରଳର ପ୍ରସିଦ୍ଧ ଦେବପୀଠ ସାବରିମାଲା ମନ୍ଦିର। ସେଠାକୁ ୧୦ରୁ ୫୦ବର୍ଷ ବୟସ୍କ ମହିଳାଙ୍କ ପ୍ରବେଶାନୁମତିକୁ ନେଇ ବିବାଦ ଜାରି ରହିଥିବା ବେଳେ ପଶ୍ଚିମବଙ୍ଗରେ ସେଭଳି ଏକ ବିବାଦ ସାମ୍ନାକୁ ଆସିଛି। ସେଠାକାର ଏକ କାଳୀପୂଜା ପେଣ୍ଡାଲରେ ମଧ୍ୟ ମହିଳାଙ୍କ ପ୍ରବେଶ ଉପରେ କଟକଣାକୁ ନେଇ ବିବାଦ ଉଠିଛି।

ପଶ୍ଚିମବଙ୍ଗର ବୀରଭୂମ୍‌ ଜିଲ୍ଲାରେ ଥିବା ଜଣାଶୁଣା ଶକ୍ତିପୀଠରେ ୩୪ ବର୍ଷ ପୂର୍ବେ ବ୍ରାହ୍ମଣ ପୂଜକଙ୍କ ଦ୍ୱାରା ଆରମ୍ଭ ହୋଇଥିବା କାଳୀପୂଜା ପେଣ୍ଡାଲକୁ ମହିଳାମାନଙ୍କୁ ପ୍ରବେଶ କରିବାକୁ ଦିଆଯାଏ ନାହିଁ। ସେଠାରେ ବିଶ୍ୱାସ ରହିଛି କି, ଯଦି କାଳୀପୂଜା ସ୍ଥଳକୁ ମହିଳା ପ୍ରବେଶ କରିବେ ତେବେ ସ୍ଥାନୀୟ ଅଞ୍ଚଳରେ କିଛି ଅଘଟଣ ଘଟିବ।

ଦକ୍ଷିଣ କୋଲକାତାର ଚେତଲା ପ୍ରଦୀପ ସଂଘ ପକ୍ଷରୁ ଆୟୋଜିତ ହୋଇ ଆସୁଥିବା ତାରାପୀଠର କାଳୀପୂଜାରେ ଦୀର୍ଘ ୩୪ ବର୍ଷ ହେଲା ଏହି ପରମ୍ପରା ଚଳିଆସୁଛି। ଏଠାରେ ମା’ଙ୍କ ପୂଜା ସମୟରେ ଭୋଗପ୍ରସ୍ତୁତି ଠାରୁ ଆରମ୍ଭ କରି ଅର୍ପଣ ପର୍ଯ୍ୟନ୍ତ ସବୁକାମ ପୁରୁଷମାନେ କରନ୍ତି।

ପୂଜା ଆୟୋଜକକାରୀଙ୍କ ସଂଘର ସଦସ୍ୟ ସାହେବ ଦାସ କହନ୍ତି, ଆମ ସଂଘରେ ମହିଳା ସଦସ୍ୟ ବି ଅଛନ୍ତି। କିନ୍ତୁ ସେମାନେ ପୂଜା ମଞ୍ଚରେ ପ୍ରବେଶ କରନ୍ତି ନାହିଁ। ସେହିପରି ସଂଘର ଯୁଗ୍ମ ସଂପାଦକଙ୍କ ଅନୁସାରେ ଯଦି ପୂଜା ସମୟରେ କୌଣସି ମହିଳା ପେଣ୍ଡାଲକୁ ପ୍ରବେଶ ମରନ୍ତି ତେବେ କୌଣସି ନା କୌଣସି ଦୁଃଖଦ ଘଟଣା ଘଟେ। ତେଣୁ ମହିଳାଙ୍କ ପ୍ରବେଶ ନିଷେଧ କରାଯାଇଛି।

ତେବେ ପଶ୍ଚିମବଙ୍ଗର କେତେକ ବୁଦ୍ଧିଜୀବୀ ଓ ଗବେଷକ ଏହି ପରମ୍ପରା ଏକ ଅନ୍ଧବିଶ୍ୱାସ ବୋଲି କହିବା ସହ ସେଠାକୁ ମହିଳାଙ୍କ ପ୍ରବେଶାଧିକାର ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More