Only for Entertainment

ଲିଓନେଲ ମେସି କୁକୁର ସହ ଖେଳିଲେ ଫୁଟବଲ ! ଦେଖନ୍ତୁ ଭିଡିଓ !

khabarNDTV
0 106

ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଯାହା ଦେଖି ଆପଣ ମଧ୍ୟ ହସି ହସି ଗଡିଯିବେ । ଲିଓନେଲ ମେସି ନିଜ କୁକୁର ସହ ଫୁଟବଲ ଖେଳୁଛନ୍ତି, ସେ ତାଙ୍କୁ କୁକୁରକୁ ଫୁଟବଲ ଛୁଇଁବାକୁ ମଧ୍ୟ ଦେଲେନାହିଁ । ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ପାଖାପାଖି ୫ମିଲିଅନ ଭ୍ୟୁଜ ମିଳିସାରିଛି । ଲୋକମାନେ ଏହି ଭିଡିଓ ଖୁବ ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓକୁ ମେସିଙ୍କ ପତ୍ନୀ ଏଂଟୋନେଲା ରକୋସୋ ସୁଟ କରି ଇନଷ୍ଟାଗ୍ରାମରେ ଅପଲୋଡ କରିଛନ୍ତି ।

?⚽️

A post shared by AntoRoccuzzo88 (@antoroccuzzo88) on

ଭିଡିଓରେ ଦେଖିବାକୁ ମିଳିଛି ଲିଓନେଲ ମେସି ନିଜ କୁକୁର ହଲ୍କ ସହ ଫୁଟବଲ ଖେଳୁଥିବାର ନଜର ଆସିଛନ୍ତି । ଯେଉଁତିରେ ସେ ତାଙ୍କ କୁକୁର ହଲ୍କକୁ ବଲ ଠାରୁ ଦୂରରେ ରଖିବା ପାଇଁ ପ୍ରୟାସ କରୁଛନ୍ତି । ଏହି ଭିଡିଓ ଅପଲୋଡ କରି ଲିଓନେଲ ଜଣାଇ ଦେଇଛନ୍ତି ଯେ କାହିଁକି ସେ ଫୁଟବଲ ଦୁନିଆରେ ଫେମସ ବୋଲି । ଏହି ଭିଡିଓରେ ୧.୩ମିଲିଅନ ଲାଇକ୍ସ ଏବଂ ୨୫ହଜାରରୁ ଅଧିକ କମେଂଟ ମିଳିଛି । ୨୦୧୬ରେ ମେସି ନିଜ କୁକୁରକୁ ଦୁନିଆ ସାମ୍ନାକୁ ଆଣିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More