Only for Entertainment

ବାରମ୍ବାର ଗୋଟିଏ ଗୀତକୁ ଶୁଣୁଛନ୍ତି କି ? ହୋଇପାରନ୍ତି ପାରାଲିସିସର ଶିକାର ।

VideoBlocks
0 47

ସଂଗୀତ ଆମ ଜୀବନରେ ଏକ ପ୍ରମୁଖ ସ୍ଥାନ ନେଇଛି । ସଂଗୀତ ବିଷାଦ ଦୂର କରି ମନକୁ ପ୍ରଫୁଲ୍ଲ ରଖିବାରେ ସହାୟକ ହୋଇଥାଏ । ଏହା ବିନା ସମୟ କାଟିବା ଅନେକଙ୍କ ପାଇଁ ଅସମ୍ଭବ । ତେବେ ନିକଟରେ ହୋଇଥିବା ଏକ ସର୍ଭେରୁ ଏହି ସଂଗୀତକୁ ନେଇ ଏକ ଚକିତ କଲାଭଳି ଫଳାଫଳ ଆସିଛି । ଯାହା ଅନେକଙ୍କୁ ଚିନ୍ତାରେ ପକାଇଛି ।

Listening-to-music.small_

ଷ୍ଟ୍ରିମିଂ ସର୍ଭିସ ଦେଉଥିବା କମ୍ପାନୀ ଡିଜର ନିକଟରେ ଏକ ସର୍ଭେ କରିଥିଲା । ବ୍ରାଜିଲ,ଫ୍ରାନ୍ସ, ଜର୍ମାନୀ ଏବଂ ଆମେରିକାର ୫ହଜାରରୁ ଅଧିକ ଲୋକ ଏହି ଅନଲାଇନ ସର୍ଭେରେ ସାମିଲ ହୋଇଥିଲେ । ସର୍ଭେରୁ ଏହା ଖୁଲାସା ହୋଇଥିଲା ଯେ, ଯେଉଁ ଲୋକ ବାରମ୍ବାର ଗୋଟିଏ ଗୀତକୁ ଶୁଣିଥାନ୍ତି ତାଙ୍କୁ ମ୍ୟୁଜିକାଲ ପାରାଲିସିସ ହୋଇଥାଏ । ବିଶେଷ କରି ୧୧ ରୁ ୨୭ ବର୍ଷ ବୟସ୍କ ବାରମ୍ବାର ଗୋଟିଏ ଗୀତ ଶୁଣିବାକୁ ପସନ୍ଦ କରିଥାନ୍ତି ।

ସର୍ଭେ ରିପୋର୍ଟ ଅନୁସାରେ ନୂଆ ସଂଗୀତ ଶୁଣିବାରେ ଇଚ୍ଛା ୨୫ବର୍ଷ ବୟସରେ ଅଧିକ ଥାଏ । କାମ କରିବାର ବ୍ୟସ୍ତତା କାରଣରୁ ଅନେକ ଲୋକ ଗୋଟିଏ ଗୀତକୁ ବାରମ୍ବାର ଶୁଣିଥାନ୍ତି । ଯେଉଁଥି ପାଇଁ ସେମାନେ ଏହି ରୋଗର ଶୀକାର ହୋଇଥାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More