Only for Entertainment

କୋମଳ ଶିଶୁ ଆଗରେ ମୁଣ୍ଡ ନୁଆଁଇଲେ ସିଏମ, ଭିଡିଓ ଭାଇରାଲ ହେବା ପରେ କଲେ ସାକ୍ଷାତ

Onmanorama
0 33

ଯଦି କୌଣସି ଛୁଆ କିଛି କଥାକୁ ନେଇ ଯିଦି କରିଥାନ୍ତି ତେବେ ସେମାନେ ସେ ପର୍ଯ୍ୟନ୍ତ ଶାନ୍ତ ହୋଇନଥାନ୍ତି ଯେଉଁ ପର୍ଯ୍ୟନ୍ତ ତାଙ୍କ ଯିଦି ପୂରା ହୋଇନଥାଏ । ଏମିତି କିଛି ହୋଇଛି କନ୍ନୁରର ଆଦିଙ୍କ ସହିତ । ସୋସିଆଲ ମିଡିଆରେ କିଛି ଦିନ ପୂର୍ବରୁ ଏକ ଭିଡିଓ ଖୁବ ଭାଇରାଲ ହୋଇଥିଲା । ଯେଉଁଥିରେ ଏକ ପିଲା ମୁହଁ ଲୁଚାଇ ଖଟରେ ଶୋଇ କେରଳର ମୁଖ୍ୟମନ୍ତ୍ରୀ ପିନରଇ ବିଜୟନଙ୍କୁ ଦେଖା କରିବା ପାଇଁ ଯିଦି କରିଥିଲା । ଆଦିର ଏହି ଯିଦି କାରଣରୁ ସେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିପାରିଛି ।

ସୂଚନା ଅନୁସାରେ ଆଦିଙ୍କ ମା’ ତାଙ୍କୁ କଥା ଦେଇଥିଲେ ଯେ ଯେବେ ମୁଖ୍ୟମନ୍ତ୍ରୀ ଆସିବେ ସେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହିତ ଦେଖା କରିବା ପାଇଁ ନେବେ । ଛୁଆର ମା’ ରସୀନା ରଂଜୀତ ଏହି ଭିଡିଓକୁ ଫେସବୁକରେ ଅପଲୋଡ କରିଥିଲେ । ଦେଖୁ ଦେଖୁ ଏହା ସୋସିଆଲ ମିଡିଆରେ ଭାଇରାଲ ହେଇଯାଇଥିଲା ।

Kerala-CM-Pinarayi-Vijayan-with-little-Aadhi

ଏହି ଭିଡିଓ ବିଜୟନଙ୍କ ପାଖରେ ମଧ୍ୟ ପହଁଚିଥିଲା ଏବଂ ଛୁଆର ଯିଦି ଆଗରେ ସେ ମଧ୍ୟ ମୁଣ୍ଡ ନୁଆଁଇଥିଲେ । କେରଳର ସିଏମ ନିଜେ ଆଦିଙ୍କୁ ଡକାଇ ତାଙ୍କ ସହିତ ସାକ୍ଷାତ କରିଛନ୍ତି । ଆଦିଙ୍କ ମା’ ଫେସବୁକରେ ଆଦି ଏବଂ ସିଏମଙ୍କ ଫଟୋକୁ ଶେୟାର କରି ଏହା ବିଷୟରେ ସୂଚନା ଦେଇଛନ୍ତି । ଆଦି ସିଏମଙ୍କ ସହିତ ସାକ୍ଷାତ କରିବା ସହିତ ତାଙ୍କୁ ନିଜ ହାତରେ ସିଏମଙ୍କ ଏକ ଫଟୋ ତିଆରି କରି ଉପହାର ମଧ୍ୟ ଦେଇଥିଲେ । ସିଏମଙ୍କୁ ସାକ୍ଷାତ କରିବାର ଭିଡିଓ ମଧ୍ୟ ସୋଲିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More