Only for Entertainment

କେବଳ ମଣିଷ ନୁହେଁ କୁକୁର ମଧ୍ୟ ହେଲା ଭଇଜାନଙ୍କ ଫ୍ୟାନ, ଆଇଫା ୨୦୧୯ ଗ୍ରୀନ କାରପେଟରେ ହେଲା କିଛି ଏଭଳି ! ଦେଖନ୍ତୁ ଭିଡିଓ

latestly
48

ମୁମ୍ବାଇରେ ବୁଧବାର ସନ୍ଧ୍ୟାରେ ଆଇଫା ୨୦୧୯ର ଆୟୋଜନ କରାଯାଇଥିଲା । ଏହି ଆୱାର୍ଡ ନାଇଟରେ ବଲିଉଡର ଅନେକ ବଡ ବଡ ସେଲିବ୍ରିଟି ଯୋଗ ଦେଇଥିଲେ । ସଲମାନ ଖାନଙ୍କ ଠାରୁ ଆରମ୍ଭ କରି ଦୀପିକା ପାଦୁକୋନଙ୍କ ପର୍ଯ୍ୟନ୍ତ ସେଲିବ୍ରିଟି ଆୱାର୍ଡ ଫଙ୍କସନରେ ନଜର ଆସିଥିଲେ ।

ଆୱାର୍ଡ ଶୋ’ରେ ବଲିଉଡ ଦବଙ୍ଗ ଖାନ ସଲମାନ ମଧ୍ୟ ନିଜ ଡ୍ୟାନ୍ସ ଜରିଆରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରଥିଲେ । ତେବେ ସଲମାନ ଆୱାର୍ଡ ଶୋ’ରେ ପହଁଚିବା ପରେ ଏପରି କିଛି ହୋଇଛି ଯାହାକୁ ଦେଖି ସମସ୍ତେ ହସୁଛନ୍ତି । ସଲମାନ ଖାନ ଆୱାର୍ଡ ଶୋ’ର ଗ୍ରୀନ କାରପେଟରେ ପହଁଚିବା ପରେ ମିଡିଆ ତାଙ୍କୁ ଦେଖି ଏକ୍ସାଇଟେଡ ହୋଇଯାଇଥିଲେ । କିନ୍ତୁ ସଲମାନ ନ ଅଟକି ସେଠାରୁ ଜଲଦୀ ଜଲଦୀରେ ଚାଲିଯାଇଥିଲେ । ତେବେ ସଲମାନଙ୍କ ପଛେ ପଛେ ଏକ ଷ୍ଟ୍ରିଟ ଡଗ ଗ୍ରୀନ କାରପେଟରେ ପହଁଚିଗଲା । କୁକୁରକୁ ଦେଖି ସେଠାରେ ଉପସ୍ଥିତ ସମସ୍ତ ଭଲିଣ୍ଟିଅର ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

 

 

View this post on Instagram

 

Every dog has his day this was his time to shine and he knew #SalmanKhan is a big animal lover ❤

A post shared by Viral Bhayani (@viralbhayani) on

ଅସଲରେ ସଲମାନ ଖାନ ପଶୁମାନଙ୍କୁ ଖୁବ ଭଲ ପାଆନ୍ତି । ନିଜ ଘରେ ମଧ୍ୟ ସେ ପେଟ ଡଗ ରଖିଛନ୍ତି । ସଲମାନଙ୍କ ଫିଲ୍ମ ବି ଷୟରେ କହବାକୁ ଗଲେ ସେଖୁବ ଶୀଘ୍ର ଫିଲ୍ମ ଦବଙ୍ଗ ୩ରେ ନଜର ଆସିବେ । ଏହି ଫିଲ୍ମରେ ତାଙ୍କ ଅପୋଜିଟରେ ସୋନାକ୍ଷୀ ସିହ୍ନା ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More