Only for Entertainment

ଇନଷ୍ଟାଗ୍ରାମରେ ଅଭିନେତା ଶେୟାର କଲେ ‘ଲୋକାଲ ଟୋକାର’ ଫାଇଟ ଭିଡିଓ !

instagram
0 55

ବଲିଉଡ ହୁଅନ୍ତୁ କି ଓଲିଉଡ ସମସ୍ତ କଳାକାର ସୋସିଆଲ ମିଡିଆରେ ଖୁବ ଆକ୍ଟିଭ । ତାଙ୍କର ବ୍ୟକ୍ତିଗତ ଜୀବନ ଠାରୁ ଆରମ୍ଭ କରି କଳା ଜଗତ ପର୍ଯ୍ୟନ୍ତ ସମସ୍ତ ଅପଡେଟ ଆମକୁ ସୋସିଆଲ ମିଡିଆରେ ମିଳି ଥାଏ । ନିକଟରେ ଅଭିନେତା ବାବୁସାନ ସୁନ୍ଦରଗଡ ସଲମାନ ଖାନ ପରେ ତାଙ୍କର ଅପକମିଂ ଫିଲ୍ମ ଲୋକାଲ ଟୋକାର ସୁଟିଂରେ ବ୍ୟସ୍ତ ଥିବା ଆମେ ଆପଣଙ୍କୁ କହିଥିଲୁ ଏବଂ ସୁଟିଂ ସମୟର ଅନେକ ମୁହ୍ରୁ୍ତ୍ତ ଆପଣ ମଧ୍ୟ ଦେଖିଥିବେ ସୋସିଆଲ ମିଡିଆ ଜରିଆରେ । ଓଲିଉଡର ବାଳୁଙ୍ଗା ଟୋକା ଅର୍ଥାତ ବାବୁସାନ ଏକ ଭିଡିଓ ଶେୟାର କରିଛନ୍ତି । ଏହା ତାଙ୍କର ଲୋକାଲ ଟୋକାର ଫାଇଟ ଭିଡିଓ । ଯାହା ଦର୍ଶକଙ୍କ ମନକୁ ଛୁଇଁ ପାରିଛି ।

source: Instagram

ଏମିତି ବି ଫ୍ୟାନ୍ସ ମାନେ ସୁପରଷ୍ଟାର ବାବୁଙ୍କ ଫିଲ୍ମକୁ ଉତ୍ସାହର ସହ ଚାହିଁ ବସିଥାଆନ୍ତି । ତେବେ ଏବେ ବାବୁସାନଙ୍କ ଫ୍ୟାନମାନଙ୍କ ପାଇଁ ଖୁସି ଖବର । ଖୁବ ଶୀଘ୍ର ତାଙ୍କର ଏହି ଫିଲ୍ମ ପରଦାକୁ ଆସିବାକୁ ଯାଉଛି ଯାହାର ସୂଚନା ନିଜେ ବାବୁସାନ ଇନଷ୍ଟାରେ ଏକ ଭିଡିଓ ଶେୟାର କରି ଜଣାଇଛନ୍ତି । ଏହି ଫିଲ୍ମର ଫାଇଟ ଭିଡିଓ ଦେଖି ଅନୁମାନ ଲଗାଯାଇ ପାରିବ ଯେ ଏହା ଦର୍ଶକଙ୍କ ମନକୁ ନିଶ୍ଚୟ ଛୁଇଁବ ବୋଲି ଆଶା କରାଯାଉଛି । ଏବେ ପର୍ଯ୍ୟନ୍ତ ଏହି ଭିଡିଓକୁ ବହୁ ବାର ଦେଖାଯାଇ ସାରିଲାଣି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More