Only for Entertainment

ବାପା କମଲ ହାସନଙ୍କ ସହିତ ଲାଇନରେ ଛିଡ଼ା ହୋଇ ମତଦାନ କଲେ ଶୃତି ହାସନ ।

bollywood tadka
27

ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୧୨ଟି ରାଜ୍ୟର ୯୫ଟି ସିଟରେ ମତଦାନ ପ୍ରକ୍ରିୟା ଜାରି ରହିଛି । ସାଧାରଣ ଲୋକଙ୍କ ଭଳି ସେଲିବ୍ରେଟୀମାନେ ମଧ୍ୟ ମତଦାନ କରିବାକୁ ପହଂଚିଥିଲେ । ସର୍ବ ପ୍ରଥମେ ନାମ ସାଉଥଷ୍ଟାର ରଜନୀକାନ୍ତଙ୍କ । ରଜନୀକାନ୍ତଙ୍କ ବ୍ୟତୀତ ଆକ୍ଟର କମଲ ହାସନ ଏବଂ ତାଙ୍କ ଝିଅ ଶୃତି ହାସନ ମଧ୍ୟ ଭୋଟ ଦେବା ପାଇଁ ପହଂଚିଥିଲେ ।

ଦୁଇଜଣଙ୍କ କିଛି ଫଟୋ ସାମ୍ନାକୁ ଆସିଛି ଯେଉଁଥିରେ କମଲଙ୍କ ସହିତ ଶୃତି ମଧ୍ୟ ଭୋଟଦେବା ପାଇଁ ଲାଇନରେ ଛିଡ଼ା ହୋଇଥିବାର ନଜର ଆସିଛନ୍ତି ।

କହିରଖୁଛୁଯେ ରଜନୀକାନ୍ତ ଆଜି ସକାଳେ ଷ୍ଟେଲା ମାରିସ କଲେଜରେ କରାଯାଇଥିବା ପୋଲିଙ୍ଗ ବୁଥରେ ପହଂଚିଥିଲେ । ଥଲାଇବା ମଧ୍ୟ ଚେନ୍ନାଇ ସଂସଦୀୟ ସିଟ ପାଇଁ ଭୋଟ ଦେଇଛନ୍ତି ।

କମଲ ହାସନ ଚେନ୍ନାଇର ବୁଥ ନମ୍ବର ୨୭ରେ ଭୋଟ ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More