Only for Entertainment

ଏହି ସହରରେ ଘର ବାହାରେ ଲଗାଇଲେ ପୋଷ୍ଟର- ‘ଡୋରବେଲ ଖରାପ ଏହିକାରଣରୁ ମୋଦି ମୋଦି ଚିତ୍କାର କରି କବାଟ ଖୋଲନ୍ତୁ !

27

ନିର୍ବାଚନ ପାଇଁ ଭିନ୍ନ ଭିନ୍ନ ତଥା ମଜାଦାର ଦୃଶ୍ୟ ଦେଖିବାକୁ ମିଳୁଛି । ଏହିଭଳି ଏକ ଦୃଶ୍ୟ ମଧ୍ୟପ୍ରଦେଶର ମୁରୈନା ଜିଲ୍ଲାରେ ଦେଖିବାକୁ ମିଳିଛି । ଏଠାକାର ଲୋକେ ଡୋର ବେଲ ଖରାପ ହେଲେ ମୋଦି ମୋଦି ଚିତ୍କାର କରି କବାଟ ଖୋଲିବା ପାଇଁ ଘର ବାହାରେ ପୋଷ୍ଟର ଲଗାଇଛନ୍ତି । ଏହି ମାମଲା ରାମନଗର ଇଲାକାର ଅଟେ, ଏଠାରେ ଅନେକ ଘର ଆଗରେ ଏହିଭଳି ପୋଷ୍ଟର ଲାଗିଛି । ଏହି ପୋଷ୍ଟରରେ ଲେଖା ହୋଇଛି ‘ଡୋର ବେଲ ଖରାପ ଅଛି , କୃପା କରି କବାଟ ଖୋଲାଇବା ପାଇଁ ମୋଦି ମୋଦି ଚିଲାନ୍ତୁ । ଯେଉଁ ଘର ମାନଙ୍କରେ ଏଭଳି ପୋଷ୍ଟର ଲାଗିଛି , ସେମାନଙ୍କ ମଧ୍ୟରୁ ଜଣେ ଆବାସୀ ମାଲିକ ଗିରାଜ ଶର୍ମା କହିଛନ୍ତି ଯେ ତାଙ୍କ ଘରର ଡୋର ବେଲ ଖରାପ ହୋଇଯାଇଛି, ତେବେ ତାଙ୍କ ମନରେ ନୂଆ କିଛି କରିବା ପାଇଁ ବିଚାର ଆସିଲା । ଏହି କାରଣରୁ ସେ ଡୋର ବେଲ ତଳେ ଏହିଭଳି ପୋଷ୍ଟର ଲଗାଇଛନ୍ତି ।

ରାମନଗର ଇଲାକାରେ ଏଭଳି କିଛି ଜଣ ଦେଖି ନିଜ ଘର ଆଗରେ ମଧ୍ୟରେ ଏହିଭଳି ପୋଷ୍ଟର ଲଗାଇଛନ୍ତି । ଘର ବାହାରେ ଲାଗିଥିବା ଏହି ପୋଷ୍ଟର ଆଖିଦୃଶିଆ ହୋଇଛି । ଯେ କେହି ବି ଏହିଘର ଆଗ ଦେଇ ଗତି କରୁଛନ୍ତି ,ତାଙ୍କ ନଜର ଏହି ପୋଷ୍ଟର ଉପରେ ପଡୁଛି ।

ମଧ୍ୟପ୍ରଦେଶରେ ଚାରିଟି ଫେଜରେ ନିର୍ବାଚନ ହେବ । ପ୍ରଥମ ଫେଜ ନିର୍ବାଚନ ୨୯ଅପ୍ରେଲରେ ହେବ , ଦ୍ୱିତୀୟ ୬ମେରେ, ତୃତୀୟ ୧୨ମେ ଏବଂ ଶେଷ ଫେଜ ନିର୍ବାଚନ ୧୯ମେ’ରେ ହେବ । ଗଣନା ୨୩ମେ’ରେ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More