Only for Entertainment

ଲୋକସଭା ନିର୍ବାଚନ: ତୃତୀୟ ପର୍ଯ୍ୟାୟ ପାଇଁ ଭୋଟିଂ ଆଜି, ଗୁଗଲ ବନାଇଲା ଡୁଡଲ, ଦେଲା ଗୁରୁତ୍ୱପୂର୍ଣ୍ଣ ସୂଚନା !

30

ଲୋକସଭା ନିର୍ବାଚନ ୨୦୧୯ ପାଇଁ ଆଜି ତୃତୀୟ ପର୍ଯ୍ୟାୟ ଭୋଟିଂ ହେବାକୁ ଯାଉଛି । ଆଜି ୧୫ଟି ରାଜ୍ୟର ସିଟରେ ୧୧୭ସିଟ ପାଇଁ ଭୋଟ ଦେବେ ଲୋକେ । ଭାରତରେ ନିର୍ବାଚନ ତୃତୀୟ ପର୍ଯ୍ୟାୟ ଭୋଟିଂକୁ ନେଇ ଗୁଗଲ ମଧ୍ୟ ଡୁଡଲ ବନାଇଛି । ଏହି ଡୁଡଲ ଜରିଆରେ ଗୁଗଲ ଭୋଟ ଦେବା ପାର୍ଥୀଙ୍କ ପାଇଁ କିଛି ମହତ୍ୱପୂର୍ଣ୍ଣ ଟିପ୍ସ ମଧ୍ୟ ଦିଆଯାଇଛି । ଆଜି ଗୁଜୁରାଟର ୨୬, କେରଳର ୨୦, କର୍ଣ୍ଣାଟକର ୧୪, ମହାରାଷ୍ଟ୍ରର ୧୪, ଓଡିଶାର ୬, ଉତ୍ତରପ୍ରଦେଶର ୧୦, ପଶ୍ଚିମବଙ୍ଗାଳର ୫, ଗୋଆର ୨, ଆସାମ ୪, ବିହାର ୫, ଛତିଶଗଡ୭,ଜମୁ କାଶ୍ମୀର ୧, ତ୍ରିପୁରା୧, ଦାଦରା ନାଗର ହବେଲୀ୧, ଡାମନଡିଉ ୧ରେ ଆଜି ମତଦାନ ହେବ ।

 

ଗୁଗଲରୁ ଜାଣନ୍ତୁ କିଭଳି ଭୋଟ ଦେବେ:
ଆପଣ ନିଜ ଭୋଟ ସେତେବେଳେ ଦେଇପାରିବେ ଯଦି ଆପଣଙ୍କ ନାଁ ଭୋଟର ତାଲିକାରେ ଥିବ । ମତଦାତା ମତଦାନ ବୁଥ, ପରିଚୟ ପତ୍ର ଏବଂ ଇବିଏମରେ ମଧ୍ୟ ଏହା ଜାଣିପାରିବେ ।

ଡୁଡଲରେ ମତଦାର ବୁଥରେ ମତଦାନ ପ୍ରକ୍ରିୟା ସୂଚନା:

ପ୍ରଥମେ ମତଦାନ ଅଧିକାରୀ ମତଦାତା ସୂଚୀରେ ଆପଣଙ୍କ ନାଁ ଦେଖାଇବେ ଏବଂ ପରିଚୟ ପତ୍ର ଚେକ କରିବେ ।

ଏହାପରେ ମତଦାନ ଅଧିକାରୀ ଆପଣଙ୍କ ଆଙ୍ଗୁଠିରେ କାଳି ଲଗାଇବେ ଏବଂ ଆପଣଙ୍କୁ ଏକ ପର୍ଚି ଦେବେ ଏବଂ ଏକ ରେଜିଷ୍ଟରରେ ଆପଣଙ୍କ ସ୍ୱାକ୍ଷର ନେବେ ।

ଅନ୍ୟ ମତଦାନ ଅଧିକାରୀଙ୍କ ପାଖରେ ଆପଣଙ୍କୁ ପର୍ଚି ଦାଖଲ କରିବାକୁ ପଡିବ ଏବଂ ଆଙ୍ଗୁଠିରେ ଲାଗିଥିବା ଚିହ୍ନ ଦେଖିବେ ଏବଂ ମତଦାନ କେନ୍ଦ୍ରକୁ ଯିବେ ।

ପୁଣି ଇଲେକ୍ଟ୍ରୋନିକ ଭୋଟିଂ ମେସିନରେ ନିଜ ଇଛାରେ ଭୋଟ ଦିଅନ୍ତୁ ।

VVPAT ମେସିନରେ ପାରଦର୍ଶୀ ୱିଣ୍ଡୋରେ ଦେଖାଯାଉଥିବାର ପର୍ଚି ଯାଂଚ କରନ୍ତୁ । ସିଲବନ୍ଦ VVPAT ବକ୍ସ ରେ ପଡିବା ପୂର୍ବରୁ କ୍ୟାଂଣ୍ଡିଡେଟଙ୍କ ସିରିଅଲ ନମ୍ବର , ନାଁ ଏବଂ ସିମ୍ବଲ ସହ ପର୍ଚି ୭ସେକେଣ୍ଡ ପାଇଁ ଦେଖିବାକୁ ମିଳିବ ।

ଯଦି ଆପଣ କୌଣସି ନେତାଙ୍କୁ ପସନ୍ଦ କରୁନାହାନ୍ତି ତେବେ ଆପଣ NOTA , ଉପରୋକ୍ତ ମଧ୍ୟରୁ କୌଣସି ଦବାଇବାକୁ ଚାହୁଁ ନାହାନ୍ତି , ଏହା ଇଭିଏମର ଶେଷ ବଟନ ଅଟେ ।

ପୋଲିଂ ବୁଥ ଭିତରେ ମୋବାଇଲ ଫୋନ , କ୍ୟାମେରା ଏବଂ ଅନ୍ୟ କୌଣସି ଗ୍ୟାଜେଟ ନେବାକୁ ଅନୁମତି ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More