Only for Entertainment

ଭଗବାନ ଶିବ କାହିଁକି ଭିକ୍ଷୁକ ରୂପ ଧାରଣ କରିଥିଲେ ?

zeenews.india
0 45

ଭଗବାନ ଶିବ ହେଉଛନ୍ତି ସ୍ୱୟଂ ମହେଶ୍ୱର । ଦୁନିଆର ପ୍ରତି କୋଣେ କୋଣେ ସେ ପୂଜା ପାଆନ୍ତି । ଏହା ମଧ୍ୟ ଆମେ ଜାଣୁ ଯେ ତାଙ୍କର ନିଜର ରୂପ ରହିଛି । କିନ୍ତୁ ଆଜି ବି ମଧ୍ୟ ଭୋଳାନାଥଙ୍କର କେତେକ ଅବତାର ବିଷୟରେ ଖୁବ କମ ଲୋକ ଜାଣନ୍ତି । ତେବେ ଚାଲନ୍ତୁ ଭୋଳାନାଥଙ୍କର ସେହିଭଳି କିଛି ରୂପ ବିଷୟରେ ଜାଣିବା ଯାହା ଲୋକମାନେ ପ୍ରାୟତଃ ଜାଣି ନାହାଁନ୍ତି ।

ଧର୍ମ ଗ୍ରନ୍ଥ ଅନୁସାରେ ବିଦର୍ଭ ନରେଶ ସତ୍ୟରଥଙ୍କୁ ଶତ୍ରୁ ମାନେ ମାରି ଦେଇଥିଲେ । ତାଙ୍କ ଗର୍ଭବତୀ ପତ୍ନୀ ଶତ୍ରୁଙ୍କ ଠାରୁ ଲୁଚି ନିଜର ପ୍ରାଣ ବଂଚାଇଥିଲେ । ସମୟ ଆସିବା ପରେ ସେ ଏକ ପୂତ୍ରକୁ ଜନ୍ମ ଦେଲେ । ଯେତେବେଳେ ସେ ସରୋବରକୁ ଜଳ ପିଇବା ପାଇଁ ଯାଇଥିଲେ ସେହି ସମୟରେ କୁମ୍ଭୀର ତାଙ୍କୁ ଖାଇଦେଲା । ସେହି ସମୟରେ ଛୋଟ ପିଲାଟି ଭୋକରେ ଛଟପଟ ହେଉଥିଲା । ଏହି ସମୟରେ ଭଗବାନ ଶିବଙ୍କ ପ୍ରେରଣାରେ ଏକ ଭିକାରୁଣୀ ସେଠାରେ ପହଂଚିଲା । ସେହି ସମୟରେ ଭଗବାନ ଶିବ ଭିକ୍ଷୁକ ରୂପ ଧାରଣ କରି ସେହି ଭିକାରୁଣୀକୁ ବାଳକର ପରିଚୟ ଦେଲେ ଓ ତା’ର ପାଳନ ପୋଷଣ ପାଇଁ ନିର୍ଦ୍ଦେଶ ଦେଲେ ଏବଂ ସେହି ବାଳକ ବିଦର୍ଭ ନରେଶଙ୍କ ପୁଅ ବୋଲି ମଧ୍ୟ କହିଥିଲେ । ଏହାପରେ ସେ ନିଜର ବାସ୍ତ ରୂପ ଦେଖାଇଲେ । ଶିବଙ୍କ ଆଦେଶ ପରେ ଭିକାରୁଣୀ ବାଳକଟିର ପାଳନ ପୋଷଣ କଲା । ବଡ଼ ହେବା ପରେ ସେ ନିଜ ଶତ୍ରୁ ମାନଙ୍କର ବଦ୍ଧ କରି ନିଜ ରାଜ୍ୟ ଫେରିପାଇଲା ।

ତେବେ ଶିବଙ୍କର ଏହି ଅବତାର ଦର୍ଶାଉଛିଯେ ପୃଥିବୀରେ ଜନ୍ମ ହେଉଥିବା ପ୍ରତ୍ୟେକ ପ୍ରାଣୀକୁ ଭଗବାନ ରକ୍ଷା କରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More