Only for Entertainment

ଘରେ ବୟସ୍କ ବ୍ୟକ୍ତିଙ୍କ ଆୟୁଷ ବଢାଇବାକୁ ଚାହୁଁଥିଲେ ଭୁଲରେ କରନ୍ତୁ ନାହିଁ ଏହି କାମ ।

marius cameala
0 42

ପ୍ରାୟତଃ ଘରର ବୟସ୍କ ବ୍ୟକ୍ତିଙ୍କୁ ଆମେ ତାଙ୍କ ଅବସ୍ଥାରେ ଛାଡ଼ି ଦେଇଥାଉ । ସେମାନଙ୍କ ସହିତ ବସି କଥାବାର୍ତ୍ତା ହେବା ମଧ୍ୟ ଆମେ ଛାଡ଼ି ଦେଇଥାଉ । ବୃଦ୍ଧ ବୟସରେ ଏକା ରହିବା ଦ୍ୱାରା ସେମାନଙ୍କର ଇଛା ଶେଷ ହୋଇଯାଏ । ବଂଚିବାର ଆଶା ହରାଇ ବସନ୍ତି ସେମାନେ । ସେଥିପାଇଁ ଅଧିକାଂଶ ସମୟ ସେ ରୋଗଗ୍ରସ୍ତ ହୋଇଥାନ୍ତି ।

ଏକ ଗବେଷଣା ଅନୁସାରେ ଯଦି ଆମେ ସମୟ ସମୟରେ ତାଙ୍କ ସହିତ କେଉଁଆଡ଼େ ବୁଲିବାକୁ ଯିବା,ସେମାନଙ୍କ ଇଛା ଅନୁସାରେ କିଛି କାମ କରିବା ତେବେ ତାଙ୍କୁ ଖୁସି ମିଳିବ । ଏହା ଦ୍ୱାରା ତାଙ୍କର ଆୟୁଷ ବୃଦ୍ଧି ହେବ ।

ବାସ୍ତବ କଥା ହେଉଛି ବଡ଼ ମାନଙ୍କ ସହିତ ସମୟ ବିତାଇବା ପାଇଁ କେବଳ ସେମାନଙ୍କୁ ନୁହେଁ ବରଂ ଆମମାନଙ୍କୁ ମଧ୍ୟ ଲାଭ ମିଳିଥାଏ । ତାଙ୍କ ଜୀବନର ଅନୁଭବରୁ ଆମେ ବହୁତ କିଛି ଶିଖିପାରିବା ।

ଏହିଭଳି ପ୍ରଚେଷ୍ଟା ଦ୍ୱାରା ସେମାନଙ୍କ ଜୀବନରେ ଅଧିକ ଦିନ ଯୋଡ଼ି ହୋଇପାରିବ । ଯଦି ଆପଣ ସେମାନଙ୍କ ଆୟୁଷ ବୃଦ୍ଧି କରିବାକୁ ଚାହାଁନ୍ତି ତେବେ କେବେ ମଧ୍ୟ ସେମାନଙ୍କୁ ଏକା ଛାଡ଼ନ୍ତୁ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More