Only for Entertainment

ବୟସର ଶେଷ ସୀମାରେ ପହଂଚିଥିଲେ ମଧ୍ୟ ପ୍ରେମ କେବେ କମ ହୁଏ ନାହିଁ ଏବଂ ଇଛା କେବେ ମରେ ନାହିଁ, ଏହା ପ୍ରମାଣ କରିଛନ୍ତି ଏହି ବୟସ୍କ ଯୋଡ଼ି ।

punjab kesari
0 47

ପ୍ରେମର କୌଣସି ବୟସ ନଥାଏ । ପ୍ରେମ କେବେ ବୃଦ୍ଧ ହୁଏନାହିଁ । କୋମଳ ଶିଶୁର ହୃଦୟ ଖୋଲା ହସ ଏବଂ ସକାଳର ଉଦିତ ସୂର୍ଯ୍ୟ ଭଳି ଏହା ସବୁବେଳେ ଚମକୁଥାଏ । ତେବେ ବାସ୍ତବ ପ୍ରେମଯେ ସବୁଠାରୁ ନିଆରା । ଯାହା ସମସ୍ତ ବାଧାବନ୍ଧନକୁ ଅତିକ୍ରମ କରି ସଫଳତାର ଶୀଖରକୁ ଛୁଇଁଥାଏ । ଏଭଳି ପ୍ରେମ ଆଜିକାଲି ଦୁନିଆରେ ଦିବା ସ୍ୱପ୍ନ । କିନ୍ତୁ ଏହିଭଳି ଏକ ଅଭାବନୀୟ ପ୍ରେମ ଦେଖିବାକୁ ମିଳିଛି ହରରଙ୍ଗପୁର ଗ୍ରାମରେ । ଯିଏକି ୧୦୦ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି ।

ସୂଚନା ଅନୁସାରେ ହରରଙ୍ଗପୁର ଗାଁରେ ରହୁଥିବା ଭଗବାନ ସିଂ ନାମକ ଜଣେ ବୟସ୍କ ୧୨୦ ବର୍ଷରେ ପାଦ ଦେଇଛନ୍ତି । ତାଙ୍କ ପତ୍ନୀଙ୍କ ବୟସ ୧୨୨ ବର୍ଷ । ସେମାନଙ୍କର ୫ଟି ଝିଅ ଏବଂ ଜଣେ ଝିଅ ଅଛନ୍ତି । ସବୁଠାରୁ ବଡ଼ ଝିଅଙ୍କ ବୟସ ୯୦ ବର୍ଷ । ସବୁଠାରୁ ସାନ ପୁଅଙ୍କ ବୟସ ୫୫ ବର୍ଷ । ଜାଗରଣ ଅଭାବରୁ ସେମାନଙ୍କର ନାମ ଗିନିଜ ବୁକ ଅଫ ୱାର୍ଲଡ ବୁକରେ ସାମିଲ କରାଯାଇପାରି ନାହିଁ ।

ମିଡିଆ ରିପୋର୍ଟ ଅନୁସାରେ ଭଗବାନ ୧୮୯୮ରେ ଜନ୍ମ ହୋଇଥିଲେ । ସେ ଆରମ୍ଭରୁ ନିଶା ବିହୀନ ଏବଂ ସାତ୍ତ୍ୱିକ ଜୀବନ ବଂଚୁଛନ୍ତି । ଯଦିଓ ଏବେ ସେ ଠିକ ସେ କହିପାରୁ ନାହାଁନ୍ତି କିନ୍ତୁ ୧୦୦ ବର୍ଷ ପର୍ଯ୍ୟନ୍ତ ସେ ତାଙ୍କ ପତ୍ନୀଙ୍କ ସହିତ କ୍ଷେତରେ କାମ କରିଛନ୍ତି । ସେ ଏବେ ଚତୁର୍ଥ ପିଢିକୁ ଦେଖୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More