ଚର୍ଚ୍ଚାରେ କାଟ୍ରିନାଙ୍କ ପ୍ରେମ ସଂପର୍କ
କେବେ ନିଜ ନୃତ୍ୟ ଶୈଳୀକୁ ନେଇ ତ କେବେ ନିଜ ଶରୀରର ଗଠନ ପାଇଁ ଚର୍ଚ୍ଚାରେ ରହିଥାନ୍ତି ବଲିଉଡ୍ ଅଭିନେତ୍ରୀ କାଟ୍ରିନା କୈଫ୍ । ବଲିଉଡ୍ର ଦବଙ୍ଗ ଖାନ୍ ତାଙ୍କୁ ବଲିଉଡ୍ରେ ସୁଯୋଗ ଦେବା ପରେ ତାଙ୍କର ଭାଗ୍ୟ ଖୋଲିଥିଲା । ଯାହା ପରେ ସେ ସୁପରଷ୍ଟାର ବନି ପାରିଥିଲେ । ଏ ମଧ୍ୟରେ ଅନେକ ଥର କାଟ୍ରିନାଙ୍କ ନାମ ସଲମାନଙ୍କ ଯୋଡ଼ା ଯାଇଥିବା ବେଳେ ପରେ ସେ ଅଭିନେତା ରଣବୀର କପୁରଙ୍କୁ ଡ଼େଟ୍ କରୁଥିବାର ଖବର ଆସିଥିଲା । କିନ୍ତୁ ସଂପର୍କର କିଛି ବର୍ଷ ପରେ ଦୁହେଁ ପରସ୍ପରଠାରୁ ଅଲଗା ହୋଇ ଯାଇଥିଲେ । ଏବେ ପୁଣି ଥରେ କାଟ୍ରିନା ପ୍ରେମରେ ପଡ଼ିଥିବା ଜଣାପଡ଼ିଛି ।
ଅଭିନେତ୍ରୀ ନେହା ଧୁପିଆଙ୍କ ସୋ’ ନୋ ଫିଲ୍ଟର ନେହାରେ ଯୋଗ ଦେଇ କାଟ୍ରିନା ନିଜ ନୂଆ ପ୍ରେମ ବିଷୟରେ ଜଣାଇଛନ୍ତି । ଏହି ସୋ’ରେ ନେହା ତାଙ୍କୁ ତାଙ୍କ ପ୍ରେମ ସଂପର୍କ ବିଷୟରେ ପଚାରିବା ପରେ କ୍ୟାଟ୍ରିନା ଏହାର ଏକ ମଜାଦାର ଉତ୍ତର ଦେଇଥିଲେ । ମୁଁ ଏବେ ନିଶ୍ଚିତ ଭାବରେ ଏକ ପ୍ରକାରର ପୋଷାକ ସହ ପ୍ରେମ ସଂପର୍କରେ ରହିଛି । ମୋର ସେମାନଙ୍କ ସହ ଅତି ନିବିଡ଼ ସଂପର୍କ ରହିଛି, ତାହା ହେଉଛି ଟ୍ରାକ୍ସୁଟ୍ । ଯିଏ ବି ମୋତେ ଉପହାର ଦେବାକୁ ଚାହୁଁଛନ୍ତି । ସେ ମୋତେ ଗୋଟେ ଗୋଟେ ପ୍ୟାକେଟ ଟ୍ରାକ୍ ସୁଟ୍ର ପୂରା କଲେକ୍ସନ ଦେବା ଦରକାର ବୋଲି କହିଥିଲେ କାଟ୍ରିନା । ତେବେ କାଟ୍ରିନା ରଣବୀରଙ୍କ ପରେ ଅନ୍ୟ କାହା ସହ ସଂପର୍କର ଖବର ଆସି ନଥିବା ବେଳେ ରଣବୀର ଏବେ ଅଭିନେତ୍ରୀ ଆଲିଆଙ୍କୁ ଡ଼େଟ୍ କରୁଥିବା ଜଣାପଡ଼ିଛି ।