Only for Entertainment

ଧଳା ଶାଢୀରେ କୃଷ୍ଣାଙ୍କୁ ଦେଖି ରାଜକପୂର ହୋଇଯାଇଥିଲେ ଦିୱାନା, ନିଜ ବିବାହରେ ନେଇଥିଲେ ଅଭିନେତା ହେବା ନିଷ୍ପତ୍ତି !

bollywoodlife
32

ରାଜକପୂରଙ୍କ ପତ୍ନୀ କୃଷ୍ଣା କପୁରଙ୍କ ନିଧନ ହେବା ସହ ତାଙ୍କ ସମ୍ପର୍କରେ ଅନେକ ସ୍ମୃତି ପୁଣିଥରେ ସାମ୍ନାକୁ ଆସିଛି. ଯାହା କେବେ ଶୁଣିବାକୁ ମିଳିଥିଲା । କୃଷ୍ଣା ରାଜ କପୁର ଆଜି ୪ଟାରେ ମୁମ୍ବାଇ ସ୍ଥିତ ଘରେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଏବଂ ଏହାସହ ବଲିଉଡରେ ସ୍ୱର୍ଣ୍ଣିମ ଯୁଗର ଅନ୍ତ ମଧ୍ୟ ଘଟିଛି । କୃଷ୍ଣା ଙ୍କର ରାଜକପୂରଙ୍କ ସହ ଭେଟ ଖୁବ ରୋମାଂଚକର ଥିଲା ।

ଏକ ରିପୋର୍ଟ ମୁତାବକ ସାକ୍ଷାତକାରରେ କୃଷ୍ଣା ରାଜ କପୂର ଙ୍କ ଝିଅ ରୀମା ଜୈନ ସେହି ସମୟକୁ ମନେ ପକାଇ କହିଛନ୍ତି ରାଜ କପୁରଙ୍କର ଧଳା ବସ୍ତ୍ର ଧାରି ମହିଳାଙ୍କ ଉପରେ ଥିବା ଆକର୍ଷଣ କାରଣରୁ ସେ ହୁଏତ କୃଷ୍ଣାକୁ ପସନ୍ଦ କରିଥିଲେ । ପ୍ରଥମ ଥର କୃଷ୍ଣାଙ୍କ ଏହି ରୂପ ରାଜ କପୁରଙ୍କୁ ଆକର୍ଷିତ କରିଥିଲା । ସେ ତାଙ୍କୁ ପତ୍ନୀ ରୂପରେ ଦେଖିବା ଲାଗି ତାଙ୍କ ଘରକୁ ଯାଇଥିଲେ , ଯେଉଁଠାରେ ସେ ଝରକା ପାଖେ ଏକ ମହିଳାଙ୍କୁ ଧଳା ଶାଢୀ ଏବଂ ମୁଣ୍ଡରେ ଗଜରା ଲଗେଇ ସୀତାର ବଜାଉଥିବାର ଦେଖିଥିଲେ । ତାଙ୍କ ମାଁ କୃଷ୍ଣା ସେ ସମୟରେ ସୀତାର ବାଦ୍ୟର ତାଲିମ ନେଉଥିଲେ । ତାଙ୍କୁ ଦେବୀ ସରସ୍ୱତୀଙ୍କ ଛବି ନଜର ଆସିଥିଲା । ଏହାର ପ୍ରଭାବ ଫିଲ୍ମରେ ମଧ୍ୟ ଦେଖିବାକୁ ମିଳିଥିଲା । ଝିଅ ରୀମା କହିଛନ୍ତି ଯେ ତାଙ୍କ ମାଁ ସବୁବେଳେ ଧଳା ପୋଷାକ ପିନ୍ଧୁଥିଲେ ଏବଂ କେଶରେ ଫୁଲ ଲଗାଉଥିଲେ । ଯାହା ଦେଖି ରାଜ କପୂର ପ୍ରଥମ ଥର ହିଁ ତାଙ୍କ ପସନ୍ଦ କରିଥିଲେ ।

ସବୁଠାରୁ ମଜାଦାର ବିଷୟ ହେଉଛି ରାଜକପୂରଙ୍କ ବିବାହରେ ପ୍ରସିଦ୍ଧ ଅଭିନେତା ଅଶୋକ କୁମାର ପହଂଚିଥିଲେ ଏବଂ ତାଙ୍କ ଗୋଟିଏ ଝଲକ ପାଇଁ କୃଷ୍ଣା କପୂର ବିବ୍ରତ ହୋଇପଡିଥିଲେ । ଏହିକାରଣରୁ ସେ ଫିଲ୍ମ ଜଗତରେ ନିଜର ଏକ ପରିଚୟ ବନାଇବାର ପ୍ରତିଜ୍ଞା କରିଥିଲେ । ଏହାପରେ ନୀଳ ଆଖି ଥିବା ଏହି ଲେଜେଣ୍ଡଙ୍କ କାହାଣୀ ସମସ୍ତଙ୍କୁ ଜଣା । ରାଜକପୂର ନିଜ କୋ-ଷ୍ଟାରଙ୍କୁ ନେଇ ଖୁବ ଚର୍ଚ୍ଚାରେ ରହି ଆସିଛନ୍ତି । ଏହିକାରଣରୁ କୃଷ୍ଣା ରାଜଙ୍କ ମଧ୍ୟରେ ତାଙ୍କର ମନାନ୍ତର ହୋଇଥିଲା । ଖାସକରି ନର୍ଗିସଙ୍କ ସହ ସମ୍ପର୍କକୁ ନେଇ ରାଜକପୂର ଚର୍ଚ୍ଚାରେ ରହିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More