Only for Entertainment

ଲବୟାତ୍ରୀ’ର ନୂଆ ଗୀତ ରିଲିଜ, ଡାଣ୍ଡିଆ ଖେଳୁଥିବାର ନଜର ଆସିଲେ ଆୟୁଷ ଏବଂ ବରୀନା !

bollywoodlife
0 40

ଯେବେ ବି କୌଣସି ଫିଲ୍ମରେ ଦୁଇ ନୂଆ ଚେହେରା ଥାଏ,ସେହି ଫିଲ୍ମକୁ ଦେଖିବା ପାଇଁ ଦର୍ଶକ ଦଶ ଥର ଚିନ୍ତା କରନ୍ତି ଫିଲ୍ମ ଦେଖିବେ କି ନାଇଁ । ସଲମାନ ଖାନ ପ୍ରଡକ୍ସନରେ ପ୍ରସ୍ତୁତ ହୋଇଥିବା ଫିଲ୍ମ ‘ଲବୟାତ୍ରୀ’ ଟ୍ରେଲର ଏବଂ ଗୀତ ରିଲିଜି ହୋଇଯାଇଛି ଏବଂ ସମସ୍ତଙ୍କୁ ଅନୁମାନ ହେଉଛି ଯେ ଫିଲ୍ମ ଦେଖିବାକୁ ଲାୟକ ବୋଲି ।

ଏହି ଫିଲ୍ମରେ ସଲମାନ ତାଙ୍କ ଭିଣୋଇଙ୍କୁ ଲଂଚ କରୁଛନ୍ତି । ଏହି ଫିଲ୍ମରେ ଆୟୁଷଙ୍କ ସହ ନୂଆ ନୂଆ ଡେବ୍ୟୁ କରିବାକୁ ଯାଉଛନ୍ତି ବରୀନା ହୁସେନ । ଫିଲ୍ମର ଟ୍ରେଲର ଏବଂ ଗୀତ ମଧ୍ୟରେ ଦୁହିଁଙ୍କ କେମେଷ୍ଟ୍ରି ଖୁବ ମଜାଦାର ନଜର ଆସିଛି, ତେଣୁ ଜଣା ପଡୁନାହିଁ ଯେ ଏହା ତାଙ୍କର ପ୍ରଥମ ଫିଲ୍ମ ବୋଲି ।

ଫିଲ୍ମ ରିଲିଜ ହେବା ପୂର୍ବରୁ ନିର୍ମାତା ଏହି ଫିଲ୍ମର ଆଉ ଏକ ସଙ୍ଗ ଡିଲୋଡା’ ରିଲିଜ କରି ଦେଇଛନ୍ତି । ଏହି ଗୀତରେ ଦୁହେଁ ଷ୍ଟାର ଦାଣ୍ଡିଆ କରୁଥିବା ନଜର ଆସିଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଅଭିରାଜ ମୀନାବାଲା । ଅଭିରାଜ ଏହା ପୂର୍ବରୁ ଫ୍ୟାନ, ଗୁଣ୍ଡେ ଏବଂ ସୁଲତାନ ଭଳି ଫିଲ୍ମରେ କାମ କରିସାରିଲେଣି । ଫିଲ୍ମ ଲବୟାତ୍ରୀରେ ଆୟୁଷ ଏବଂ ବରୀନାଙ୍କ ବ୍ୟତୀତ ରୋନିତ ରୟ ଏବଂ ରାମ କପୂର ମଧ୍ୟ ଅଭିନୟ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More