Only for Entertainment

ଲୁକାଛୁପି ଫିଲ୍ମର ପ୍ରଥମ ଗୀତ ରିଲିଜ, ଦୁହେଁ ପ୍ରେମରେ ଉବୁଟୁବୁ ହେଉଥିବାର ଆସିଲେ ନଜର !

30

ବଲିଉଡ ଅଭିନେତା କାର୍ତ୍ତିକ ଆର‌୍ୟନ ଏବଂ କୃତି ସାନନଙ୍କ ଫିଲ୍ମ ଲୁକା ଛୁପିର ପ୍ରଥମ ଗୀତ ‘ପୋଷ୍ଟର ଉପବା ଦୋ’ ରିଲିଜ ହୋଇଛି । ଅସଲରେ ଏହି ଫିଲ୍ମରେ ଅକ୍ଷୟଙ୍କ ଫିଲ୍ମ ଅଫଲାତୁନ’ର ଗୀତ ପୋଷ୍ଟର ଛପବା ଦୋ ସ୍ଥାନ ପାଇଛି । ଅଫଲାତୁନ ୧୯୯୭ରେ ରିଲିଜ ହୋଇଥିଲା । ଏଥିରେ ଅକ୍ଷୟଙ୍କ ସହ ଉର୍ମିଲା ମାତୋଣ୍ଡକର ନଜର ଆସିଥିଲେ । ତେବେ ଏହି ଗୀତ ପୋଷ୍ଟର ଛପବା ଦୋ’ର ରିମେକ ଭର୍ସନ ।

ଏହି ଗୀତକୁ ମିକା ସିଂ ଏବଂ ସୁନନ୍ଦା ଶର୍ମା ଗାଇଛନ୍ତି । ଗୀତରେ କାର୍ତ୍ତିକ ଏବଂ କୃତିଙ୍କ କେମେଷ୍ଟ୍ରି ଏବଂ ଏନର୍ଜି ଦେଖିବା ଲାୟକ ହୋଇଛି । ଗୀତରେ ପଙ୍କଜ ତ୍ରିପାଠୀ, ବିନୟ ପାଠକ ଏବଂ ଅପାରଶକ୍ତି ଖୁରାନା ମଧ୍ୟ ନଜର ଆସିଛନ୍ତି । ଫିଲ୍ମର ଏହି ଗୀତ ପୁରୁଣା ଗୀତକୁ ମନେ ପକାଇ ଦେଇଛି ।

ବିଗତ ଦିନରେ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା । ଫିଲ୍ମରେ ବିବାହକୁ ନେଇ ମଜାଦାର କାହାଣୀ ସ୍ଥାନ ପାଇଛି । ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଲକ୍ଷବଚ୍ଚ ଉତେକର । ସେହିପରି ଦିନେଶ ବିଜାନଙ୍କ ମ୍ୟାଡକ ଫିଲ୍ମସ ଏହାକୁ ପ୍ରଡ୍ୟୁସ କରଛନ୍ତି । ଫିଲ୍ମରେ କାର୍ତ୍ତିକ ଏବଂ କୃତିଙ୍କ ବ୍ୟତୀତ ପଙ୍କଜ ତ୍ରିପାଠୀ ଏବଂ ଅପାରଶକ୍ତି ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମ ଚଳିତ ବର୍ଷ ମାର୍ଚ୍ଚ ୧ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More