Only for Entertainment

ଭାରତର ଏକ ସ୍ଥାନ ଯେଉଁଠାରେ ଭଗବାନ ଶିବଙ୍କୁ ଚଢାଯାଏ ସିଗାରେଟ୍ ।

punjabkesari
43

କୁହାଯାଏ ଭାରତ ଚମତ୍କାର ଘଟଣାର ଭଣ୍ଡାର । ଏଠାରେ ପ୍ରତିଦିନ କିଛି ନା କିଛି ଚମତ୍କାର ଘଟଣା ବିଷୟରେ ଦେଖିବାକୁ ଏବଂ ଶୁଣିବାକୁ ମିଳେ । ଆଜି ଆମେ ଆପଣଙ୍କୁ ଏଭଳି ଏକ ରହସ୍ୟମୟୀ କଥା ବିଷୟରେ ଜଣାଇବୁ ଯାହାକୁ ଜାଣିବା ପରେ ସେହି ସ୍ଥାନକୁ ଯିବାର ଇଛା ଆପଣଙ୍କର ଦ୍ୱିଗୁଣିତ ହୋଇ ଯିବ । ତେବେ ଆସନ୍ତୁ ଆଲୋଚନା କରିବା ।

 

ଯେଉଁ ସ୍ଥାନ ବିଷୟରେ ଆମେ ଆଲୋଚନା କରୁଛୁ ତାହା ହିମାଚଳ ପ୍ରଦେଶର ଅର୍କି ସୋଲନ ଜିଲ୍ଲାର ଲୁଟରୁ ମହାଦେବଙ୍କ ମନ୍ଦିର । ଏଠାରେ ପ୍ରଚଳିତ ମାନ୍ୟତା ଅନୁସାରେ ଏହି ମନ୍ଦିରରେ ସ୍ଥାପିତ ଶିବଲିଙ୍ଗ ଉପରେ ସିଗାରେଟ ଚଢାଯାଏ । ସବୁଠାରୁ ଚମତ୍କାର କଥା ହେଉଛି ଯେତେବେଳେ ଶିବଲିଙ୍ଗ ଉପରେ ସିଗାରେଟ ଚଢାଯାଏ ସେତେବେଳେ ସିଗାରେଟରେ ଆପେଆପେ ନିଆଁ ଲାଗି ଧୂଆଁ ବାହାରେ । ଏହି ଦୃଶ୍ୟକୁ ଦେଖିବା ପରେ ଏଠାର ଲୋକ ଭାବନ୍ତିଯେ ଶିବ ପ୍ରଭୁ ସିଗାରେଟ ଟାଣନ୍ତି । ଏହି ଚମତ୍କାର ଘଟଣା ଦେଖିବା ପାଇଁ ଦେଶରୁ ଏବଂ ଦେଶ ବାହାରରୁ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି ।

କୁହାଯାଏ ବାଘଲ ବଂଶର ରାଜା ୧୬୨୧ ମସିହାରେ ଏହି ମନ୍ଦିର ନିର୍ମାଣ କରିଥିଲେ । ପ୍ରଚଳିତ ମାନ୍ୟତା ଏବଂ କିମ୍ବଦନ୍ତୀ ଅନୁସାରେ ଦିନେ ଭଗବାନ ବାଘଲ ବଂଶର ରାଜାଙ୍କୁ ସ୍ୱପ୍ନ କରି ମନ୍ଦିର ନିର୍ମାଣ କରିବାକୁ କହିଲେ । ଯାହାପରେ ରାଜା ଏହି ମନ୍ଦିର ନିର୍ମାଣ କଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More