Only for Entertainment

ଦିଲ୍ଲୀର ଅନେକ ସୁନ୍ଦର ସ୍ଥାନରେ ହୋଇଛି ‘ମେଡ ଇନ ହେବନ’ର ସୁଟିଂ !

27

ଆମାଜନ ପ୍ରାଇମ ଭିଡିଓ ଓରିଜିନଲର ଆଗାମୀ ୱେ ଶୃଙ୍ଖଳା ‘ମେଡ ଇନ ହେବନ’ର ଟ୍ରେଲର ଏବଂ ଏବେ ପର୍ଯ୍ୟନ୍ତ ରିଲିଜ ହୋଇଥିବା କଂଟେଟ ଦର୍ଶକ ଖୁବ ପସନ୍ଦ କରୁଛନ୍ତି । ଶୃଙ୍ଖଳାରେ ଦିଆଯାଇଥିବା ସୁନ୍ଦର ଏବଂ ଶାନଦାର ବିବାହର ସୁନ୍ଦରତା ପ୍ରଶଂସକଙ୍କ ଧ୍ୟାନ ନିଜ ତରଫକୁ ଆକର୍ଷିତ କରିଛି ।

ଆମାଜନ ପ୍ରାଇମ ଭିଡିଓ ଆଗାମୀ ୱେବ ସିରିଜ ‘ମେଡ ଇନ ହେବନ’ର ଟ୍ରେଲର ରିଲିଜ ସହ ଚଳିତ ବର୍ଷ ବିବାହ ସିଜନ ଟିକେ ଶୀଘ୍ର ଆସିଯାଇଛି , ଯାହା ଏକ୍ସେଲ ଏଂଟରଟେନମେଂଟ ଦ୍ୱାରା ନିର୍ମିତ ହୋଇଛି । ଜୋୟା ଅଖତର ଏବଂ ରୀମା କାଗତୀଙ୍କ ଦ୍ୱାରା ରଚିତ ‘ମେଡ ଇନ ହେବନ’ରେ ଦୁଇ ଜଣ ୱେଡିଂ ପ୍ଲାନରଙ୍କ ଜୀବନ ବିଷୟରେ ଦେଖିବାକୁ ମିଳିବ ଏବଂ ଶାନଦାର ବିବାହ ପଛରେ ଲୁଚି ରହିଥିବା କଠୋର ସତ୍ୟତା ଦେଖିବାକୁ ମିଳିବ ।

ଆକର୍ଷକ ଶୋଭିତା ଏବଂ ତାରା ଖନ୍ନାଙ୍କ ସହ ଚାର୍ମିଂ ଅର୍ଜୁନ ମାଥୁର ଏବଂ କଠୋର ମସ୍ତିଷ୍କ ଥିବା କରଣ ମେହେରାଙ୍କ ଅଭିନୀତ ମେଡ ଇନ ହେବନରେ ୱେଡିଂ ପ୍ଲାନର୍ସଙ୍କ ଜୀବନ କାହାଣୀ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More