Only for Entertainment

ବିବାହ ମଧ୍ୟରେ ନାରାଜ ଥିଲେ ମା ମଧୁ ଚୋପ୍ରା, ପ୍ରିୟଙ୍କାଙ୍କ ଖୁଲାସା ।

39

୨୦୧୮ର ସବୁଠାରୁ ଚର୍ଚ୍ଚିତ ବିବାହ ମଧ୍ୟରୁ ଗୋଟେ ଥିଲା ପ୍ରିୟଙ୍କା-ନିକ୍‌ଙ୍କ ବିବାହ । ଦୁହେଁ ଯୋଧପୁରରେ ବିବାହ କରିଥିବା ବେଳେ ଦୁହିଁଙ୍କ ବିବାହର ଫଟୋ ଖୁବ୍‌ ଭାଇରାଲ ହୋଇଥିଲା । ବିବାହ ସମୟରେ ଝିଅ ପ୍ରିୟଙ୍କାଙ୍କୁ ବଧୂ ବେଶରେ ଦେଖି ମା’ ମଧୁ ଚୋପ୍ରା କାନ୍ଦି ପକାଇଥିବା ବେଳେ ଏବେ ସେ ବିବାହ ସମୟରେ ଖୁସି ନଥିବା ଜଣା ପଡ଼ିଛି । ପ୍ରିୟଙ୍କା ଏକ ସାକ୍ଷାତକାରରେ ତାଙ୍କ ମା’ ତାଙ୍କ ସହ ନିକ୍‌ଙ୍କ ଉପରେ ରାଗିଥିଲେ ବୋଲି କହିଛନ୍ତି ।

ରାଗିବା ପଛର କାରଣ ଜଣାଇବାକୁ ଯାଇ ସେ କହିଥିଲେ,”ମୁଁ ମୋ ବିବାହକୁ ବ୍ୟକ୍ତିଗତ ରଖିବାକୁ ଚାହୁଁ ଥିଲି । ଅଧିକ ଅତିଥିଙ୍କୁ ନିମନ୍ତ୍ରଣ ନ ଦେଇ କେବଳ ପରିବାର ଲୋକ ଏବଂ ଅତି ପାଖ ବନ୍ଧୁଙ୍କ ଉପସ୍ଥିତିରେ ମୋର ବିବାହ ହୋଇଥିଲା । ଆମ ବିବାହରେ ସର୍ବମୋଟ ୨୦୦ଅତିଥି ଆସିଥିବାରୁ ମୋ ମା’ ଆମ ଦୁହିଁଙ୍କ ଉପରେ ରାଗିଥିଲେ । ତାଙ୍କ କହିବାର କଥା ଥିଲା କି,ଆମ ପରିବାରରେ ଯାହା ବି କାର୍ଯ୍ୟକ୍ରମ ହୁଏ,ଅତି କମ୍‌ରେ ୧୦୦୦ରୁ ଊର୍ଦ୍ଧ୍ୱ ଲୋକ ଯୋଗ ଦେଇଥାନ୍ତି । କିନ୍ତୁ ମୋ ବିବାହରେ ମାତ୍ର ୨୦୦ଲୋକ ଆସିଥିବାରୁ ତାହା ତାଙ୍କୁ ପସନ୍ଦ ଆସି ନ ଥିଲା । ଏଥି ପାଇଁ ସେ ବିବାହ ସମୟରେ ମୋ ସହ ନିକ୍‌ଙ୍କ ଉପରେ ମଧ୍ୟ ରାଗିଥିଲେ । କିନ୍ତୁ ଏବେ ସବୁ ଠିକ୍‌ ଅଛି।”

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More