Only for Entertainment

ପ୍ରିୟଙ୍କା ଗର୍ଭବତୀ ଥିବା ଘଟଣାକୁ ନେଇ ମୁହଁ ଖୋଲିଲେ ମା ମଧୁ ଚୋପ୍ରା ।

bollywood tadka
69

ବଲିଉଡ ଏବଂ ହଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ନେଇ ନିକଟରେ ଏକ ଖବର ଆସିଥିଲା, ଯେଉଁଥିରେ ସେ ଗର୍ଭବତୀ ଥିବା କୁହାଯାଉଥିଲା । କେହି କେହି ଏହାକୁ ସତ ବୋଲି ଦାବି କରୁଥିବା ବେଳେ କେହି କେହିି ଏହାକୁ ମିଛ ବୋଲି କହୁଥିଲେ । ତେବେ ଏହି କଥାରେ ଏବେ ପୁର୍ଣ୍ଣଛେଦ ଦେଇଛନ୍ତି ପ୍ରିୟଙ୍କାଙ୍କ ମା ମଧୁ ଚୋପ୍ରା ।

ମଧୁ ଚୋପ୍ରାଙ୍କ କହିବା ଅନୁସାରେ ପ୍ରିୟଙ୍କାଙ୍କ ମା ହେବା କଥାରେ କୌଣସି ସତ୍ୟତା ନାହିଁ । ଫଟୋ ନେବାର କୋଣ ଭୁଲ ଥିଲା । ଆଉଟଫିଟ ଭଲ ଥିଲା । କେବଳ କିଛି ଫଟୋରେ ଏଭଳି ଦେଖାଯାଉଥିଲା, ନଚେତ ଅନ୍ୟ ସମସ୍ତ ଫଟୋ ଠିକ ଥିଲା । ପ୍ରିୟଙ୍କା ତାଙ୍କ ଆଗାମୀ ଫିଲ୍ମ ଇଜ ନଟ ଇଟ ରୋମାଂଟିକର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଏହି ସମୟରେ ପ୍ରିୟଙ୍କା ଢିଲା ଡ୍ରେସ ପିନ୍ଧିଥିଲେ । ଯାହାପରେ ଅନୁମାନ କରାଗଲାଯେ ସେ ମା ହେବାକୁ ଯାଉଛନ୍ତି । ମୁଁ ଏହି ବିଷୟରେ ପ୍ରିୟଙ୍କା ସହିତ କଥା ହେଲି ଏବଂ ସେ କହିଲାଯେ ବହୁତ କ୍ଲାନ୍ତ ଲାଗୁଛି । ମୁଁ ଯେତେବେଳେ ତାକୁ ପଚାରିଲି ଲୋକ ଏଭଳି ସବୁ କଥା ହେଉଛନ୍ତି, ସେ କହିଲା ମା ମୋତେ ବ୍ରେକ ଦିଅ ।

ୱର୍କ ଫ୍ରଂଟ କଥା କହିବା ତ ପ୍ରିୟଙ୍କା ଖୁବଶୀଘ୍ର ଫରହାନ ଅଖତରଙ୍କ ଦ ସ୍କାଇ ଇଜ ପିଙ୍କରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More